ବ୍ୟବସାୟ ପ୍ରତିଷ୍ଠାନରେ ଲାଗିଲା ନିଆଁ ,୨ ଗୁରୁତର

ଫୋକସ ପ୍ଲସ ୩୧/୧/୨୩(କଟକ): କଟକ ଜିଲ୍ଲା ନିବନ୍ଧନ କାର୍ଯ୍ୟାଳୟ ପାଖରେ ଥିବା ଏକ ବ୍ୟବସାୟ ପ୍ରତିଷ୍ଠାନରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବ୍ୟବସାୟ ପ୍ରତିଷ୍ଠାନରେ ଲାଗିଥିବା ରେକର୍ଡ ରୁମ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୨ଜଣ ଆହତ ହୋଇଛନ୍ତି। ସେମାନେ କର୍ମଚାରୀ ନା ସାଧାରଣ ଲୋକ ଜଣାପଡ଼ିନାହିଁ। ସେମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨ଟି ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି।ବ୍ୟବସାୟ ପ୍ରତିଷ୍ଠାନ ଭିତରେ ଆଉ କେହି ଫଶି ରହିଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି। ବ୍ୟବସାୟ ପ୍ରତିଷ୍ଠାନରେ ଥିବା ଗାଡ଼ି ମଧ୍ୟ ନିଆଁରେ ଲାଗି ଜଳି ଯାଇଛି। କେଉଁ କାରଣରୁ ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *