ଲାଞ୍ଚମାଗୁଛନ୍ତି ବ୍ୟାଙ୍କ ମ୍ୟାନେଜର

ଫୋକସ ପ୍ଲସ(ଭଦ୍ରକ)୦୮/୦୯/୨୦୨୨: ଭଦ୍ରକ ଜିଲ୍ଲା ଧାମନଗର ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ ର ମ୍ୟାନେଜର ମାନସ ରଞ୍ଜନ ମହାପାତ୍ର ଙ୍କ ନାମରେ ଲାଞ୍ଚ ମାଗିବାର ସଙ୍ଗୀନ ଅଭିଯୋଗ ଆଣିଲେ ଧୂଷୁରୀ ଅଞ୍ଚଳ ର କିଛି SSG ମହିଳା ଗୋଷ୍ଠୀ. ସୂଚନା ଅନୁସାରେ ଧୂଷୁରୀ ସେବା ସମବାୟ ଅଧୀନରେ ଥିବା ମା ବିମଳା SSG ଗୋଷ୍ଠୀ ଓ ମା ତାରିଣୀ SSG ଗୋଷ୍ଠୀ ର ମହିଳା ମାନେ ଋଣ ପାଇଁ ବ୍ୟାଙ୍କ ମ୍ୟାନେଜେର ଙ୍କ ନିକଟକୁ ଯାଇଥିବା ବେଳେ ମ୍ୟାନେଜର ସେମାନଙ୍କର କୌଣସି ଋଣ ହୋଇ ପାରିବ ନାହିଁ କହିଥିଲେ, କାରଣ ପଚାରିବାରୁ ପ୍ରତ୍ୟେକ ଗ୍ରୁପ କୁ ଦଶ ହଜାର କରି ଲାଞ୍ଚ ମାଗି ଥିଲେ ମ୍ୟାନେଜର, ଏ ବିଷୟରେ ମ୍ୟାନେଜର ଙ୍କୁ ପଚାରି ବାରୁ ଏହି ଅଭିଯୋଗ ଭିତ୍ତିହୀନ ଓ ସେମାନଙ୍କର କାଗଜପତ୍ର ଠିକ ନଥିଲା ବୋଲି କହି ଥିଲେ ମ୍ୟାନେଜର ବାବୁ, ତେଣୁ ସେ ଅଞ୍ଚଳ ର ଚାଷୀ ମାନଙ୍କ ମଧ୍ୟରେ କଥା ଉଠୁଛି ଯେ ନୂଆ କରି ଆସିଥିବା ମ୍ୟାନେଜର ଜଣେ ଲାଞ୍ଚୁଆ ଓ ଠକ. ତେଣୁ ତାଙ୍କୁ ଶୀଘ୍ର ଏହିଠାରୁ ବଦଳି କରି ପୂର୍ବତନ ମ୍ୟାନେଜର ବିଚିତ୍ରା ନନ୍ଦ ସାହୁ ଙ୍କୁ ତାଙ୍କ ସ୍ଥାନରେ ଅଣାଯାଉ, ଧୂଷୁରୀ ଅଂଚଳରୁ 6ଗୋଟି ପଂଚାୟତ ରୁ ପାଖାପାଖି 3000ରୁ ଉର୍ଦ୍ଧ ଚାଷୀ ଦସ୍ତଖତ କରି ଏକ ଚିଠି ମାଧ୍ୟମରେ ମିନିଷ୍ଟ୍ରି ଅଫ କୋ ଅପରେଟିଭ ସୋସାଇଟି ଓଡିଶା ,ଭୁବନେଶ୍ୱର, କୁ ଜଣାଇଛନ୍ତି. ଆଗକୁ ଦେଖିବାକୁ ବାକିରହିଲା ଏ ବିଷୟରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ନା ଲାଞ୍ଚୁଆ ଅଧିକାରୀ ଙ୍କୁ ସମର୍ଥନ ମିଳୁଛି |

Leave a Reply

Your email address will not be published. Required fields are marked *