ବ୍ୟାପିଲା ଡାଇରିଆ, ଦୁଇ ମୃତ ୧୯ରୁ ଅଧିକ ଆକ୍ରାନ୍ତ

ଫୋକସ ପ୍ଲସ (ରାୟଗଡା)୨୭/୦୭/୨୦୨୨:ରାୟଗଡା କାଶୀପୁର, କୋରାପୁଟ ଓ ନବରଙ୍ଗପୁର ପରେ ନୂଆପଡ଼ାରେ ବ୍ୟାପିବାରେ ଲାଗିଛି ଡାଇରିଆ । କୋମନା ବ୍ଲକ ଜଟଗଡ଼ ଗାଁରେ ବଢ଼ିବାରେ ଲାଗିଛି ଡାଇରିଆ ରୋଗୀଙ୍କ ସଂଖ୍ୟା । ଝାଡ଼ାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଉଣେଇସି ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଥିବା ସୂଚନା ମିଳିଛି । ପ୍ରଥମେ ଗତ ୧୯ ତାରିଖରୁ ଏହି ଗାଁରେ ଝାଡ଼ାବାନ୍ତି ହେଉଥିଲେ ହେଁ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀ ଙ୍କ କୌଣସି ପ୍ରକାର ସହଯୋଗ ରାହୀ ନଥିବାରୁ ଏହା ବଢ଼ିବଢି ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l ଗତକାଲି ସ୍ଥିତି ଅଣାୟତ ଏବଂ ରୋଗୀ ସଂଖ୍ୟା ବଢି ଯାଇଥିବା ରୁ ସ୍ୱାସ୍ଥ୍ୟ ବିଭାଗ ର ତତ୍ପରତା ଦେଖିବା କୁ ମିଳିଛି । ଗତ ରାତ୍ରି ସମୟ ରୁ ଗାଁରେ ଏକ ଡାକ୍ତରୀ ଦଳ ପହଂଚି ରୋଗୀ ଙ୍କୁ ଚିକିତ୍ସା ଚଲାଇଥିବା ବେଳେ ଜନ ସାଧାରଣ ଙ୍କୁ ସଚେତନ କରୁଛନ୍ତି । ବର୍ତ୍ତମାନ ଗାଁ ରେ ଡାକ୍ତରୀ ଦଳ ରହି ସ୍ଥିତି ର ଅନୁଧ୍ୟାନ କରୁଥିବା ବେଳେ ଗୁରୁତର ମାନଙ୍କୁ ରୋଗୀ ଙ୍କୁ ନୂଆପଡା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିବା ସୂଚନା ଦେଇଛନ୍ତି ଗାଁକୁ ଆସି ଚିକିତ୍ସା କରୁଥିବା ଡାକ୍ତର । ଗତକାଲି ଗୁରୁତର ଅବସ୍ଥାରେ ଲାଳଦେଇ ହଂସ ନାମକ ମହିଳାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଚିକିତ୍ସାଧୀକାରୀ ସୋଭାରାଣୀ ମିଶ୍ର ।ଡାଇରିଆ ବ୍ୟାପିବା ର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବିଶୁଦ୍ଧ ପାଣି ବୋଲି ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି । ଏହି ଗାଁ ପ୍ରତି ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଚିକିତ୍ସା ସୁବିଧା ଯୋଗାଇ ଦେବା ଜରୁରୀ ହୋଇ ପଡିଛି । ଅନ୍ୟଥା ଡାଇରିଆ ରୋଗ ଜିଲ୍ଲା ବ୍ୟାପି ବ୍ୟାପିବା ର ଆଶଙ୍କା କୁ ଏଡାଇ ଦିଆ ଯାଇ ପାରିବ ନାହିଁ

 

ରାୟଗଡା ରୁ ମହେଶ ବାଗ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *