ବଢ଼ିଲା କ୍ଷୀର ଦାମ୍‌….

ଫୋକସ ପ୍ଲସ ୩/୨/୨୩(ବ୍ୟୁରୋ): ଆଜି ଠାରୁ ବଢ଼ିଲା ଅମୁଲ ମିଲ୍କ। ଫେବୃୟାରୀ ୨ରୁ ନିଜର ଦାମ୍‌ ବଢ଼ାଇଲା ଅମୁଲ। ଗତ କିଛି ତଳେ ମଦର ଡାଏରୀ ପକ୍ଷରୁ କ୍ଷୀରର ଦାମ୍‌ ବଢ଼ାଯିବା ପରେ ଅମୁଲ ମଧ୍ୟ କ୍ଷୀର ଦାମ୍‌ ବୃଦ୍ଧି କରିଛି । ଆଜ୍ଞା ହଁ, ଦେଶର ପ୍ରମୁଖ କ୍ଷୀର ଉତ୍ପାଦନକାରୀ ଅମୁଲ ଆଜିଠାରୁ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି। ଅମୁଲ ପକ୍ଷରୁ କ୍ଷୀର ଦାମରେ ୩ ଟଙ୍କା ପ୍ରତି ଲିଟର ଦାମ୍‌ ବୃଦ୍ଧି ହୋଇଛି । ଏହି ବୃଦ୍ଧି ପରେ ଏକ ଲିଟର ଅମୁଲ ଗୋଲ୍ଡର ଦାମ୍‌ ୬୩ ଟଙ୍କାରୁ ବଢ଼ି ୬୬ ଟଙ୍କା ହୋଇଯାଇଛି । ଏହିଭଳି ଭାବେ ୧ ଲିଟର ଅମୁଲ ତାଜା କିଣିଲେ ଏବେ ଆପଣଙ୍କୁ ୫୪ ଟଙ୍କା ଦେବାକୁ ହେବ। ସେହିପରି ଅମୁଲ ଗାଈ କ୍ଷୀର ପାଇଁ ୫୬ ଟଙ୍କା ଦେବାକୁ ହେବ।ଏକ ବିଜ୍ଞପ୍ତି ଜାରି କରି ଅମୁଲ କହିଛି, ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଅମୁଲ୍ ପାଉଚ୍ କ୍ଷୀରର ମୂଲ୍ୟ (ସମସ୍ତ ଭାରିଆଣ୍ଟସ୍) ରେ ସଂଶୋଧିତ ହୋଇଛି। ୩ ଫେବୃଆରୀ ସକାଳରୁ ଏହି ମୂଲ୍ୟ ଲାଗୁ ହେବ ବୋଲି କମ୍ପାନୀ କହିଛି। ଗତ ୧୦ ମାସ ମଧ୍ୟରେ କ୍ଷୀର ମୂଲ୍ୟରେ ୧୨ ଟଙ୍କା ବୃଦ୍ଧି ପରିଲକ୍ଷିତ ହୋଇଛି । ଏହାପୂର୍ବରୁ ପ୍ରାୟ ସାତ ବର୍ଷ ପର୍ଯ୍ୟନ୍ତ କ୍ଷୀରର ମୂଲ୍ୟ ବୃଦ୍ଧି ହୋଇନଥିଲା ।milkଏପ୍ରିଲ୍ ୨୦୧୩ ରୁ ମେ ୨୦୧୪ ମଧ୍ୟରେ ଦୁଗ୍ଧର ମୂଲ୍ୟ ଲିଟର ପିଛା ୮ ଟଙ୍କା ବୃଦ୍ଧି ପାଇଛି । ଯେହେତୁ ଗ୍ରୀଷ୍ମ ଋତୁରେ କ୍ଷୀର ଉତ୍ପାଦନ କମିଯାଏ। ଏହି କାରଣରୁ, ଦୁଗ୍ଧ କମ୍ପାନୀଗୁଡିକୁ ଗୋରୁ ପାଳକମାନଙ୍କୁ ଅଧିକ ଟଙ୍କା ଦେବାକୁ ପଡୁଥିଲା। ସେଥିପାଇଁ ଆଗାମୀ ଦିନରେ କ୍ଷୀର ମୂଲ୍ୟରେ ବୃଦ୍ଧି ଘଟିବ ବୋଲି ବିଶ୍ଳେଷକମାନେ ଆଶା କରୁଛନ୍ତି।ତେବେ ବର୍ତ୍ତମାନ ବଢିଥିବା ଦର ଅନୁଯାୟୀ ଫେବୃଆରୀ ୨ ତାରିଖରୁ କ୍ଷୀରର ମୂଲ୍ୟ ଲିଟର ପିଛା ୩ ଟଙ୍କା ବୃଦ୍ଧି ପାଇଛି । ସେହିପରି ଅମୁଲ ତାଜା ଅଧା ଲିଟର କ୍ଷୀର ୨୭ ଟଙ୍କାରେ ଉପଲବ୍ଧ ହେବ। ଏହାର ୧ ଲିଟର ପ୍ୟାକେଟ୍ ପାଇଁ ୫୪ ଟଙ୍କା ଦେବାକୁ ପଡିବ। ଅମୁଲ ଗୋଲ୍ଡର ଏକ ଅଧା ଲିଟର ପ୍ୟାକେଟ୍ ବର୍ତ୍ତମାନ ୩୩ ଟଙ୍କାରେ ଉପଲବ୍ଧ ହେବ। ଯେତେବେଳେ କି ଏହାର ୧ ଲିଟର ପାଇଁ ୬୬ ଟଙ୍କା ଦେବାକୁ ପଡିବ।

Leave a Reply

Your email address will not be published. Required fields are marked *