ବୟସ ଗଡିଗଲେ ମଧ୍ୟ ଆପଣ ଚମକିବେ |

ଫୋକସ ପ୍ଲସ ୨୦/୧/୨୩(ବ୍ୟୁରୋ):ଦୁନିଆର ସମସ୍ତ ପୁରୁଷ ଏବଂ ମହିଳା ଚାହାନ୍ତି ସବୁଦିନ ପାଇଁ ଯୁବାବସ୍ଥାରେ ରହିବା ପାଇଁ ଆଉ ଏଥିପାଇଁ ବିଭିନ୍ନ ପଦ୍ଧତି ମଧ୍ୟ ଆପଣାଇଥାନ୍ତି |କିଏ କେଉଁ ପ୍ରକାର ମେଡ଼ିସିନ ବ୍ୟବହାର କରିଥାନ୍ତି ତ କିଏ ବିଭିନ୍ନ ଜଡିବୁଟି ବ୍ୟବହାର କରିଥାନ୍ତି | କୌଣସି ବି ମହିଳା କିମ୍ୱା ପୁରୁଷ କେବେ ବୃଦ୍ଧ ବା ଵୃଦ୍ଧା ଅବସ୍ଥାକୁ ଆସିବାକୁ ଚାହିଁ ନଥାନ୍ତି | କିନ୍ତୁ ଏହା ତ ଅସମ୍ଭବ | ଯୁବାବସ୍ଥାରେ ଅଛ ମାନେ ଦିନେ ନା ଦିନେ ବୃଦ୍ଧାବସ୍ଥାକୁ ମଧ୍ୟ ଆସିବ |କିନ୍ତୁ ଏଠି ଏକ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ବୈଜ୍ଞାନିକ ମାନେ ଏଭଳି ଅସମ୍ଭବକୁ ସମ୍ଭାବନାରେ ପରିଣତ କରିବାକୁ ଯାଉଛନ୍ତି | ଦର୍ଶକ ବନ୍ଧୁ ଏକଥା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ |ନିକଟରେ ହାଭାର୍ଡ ମେଡିକାଲ ସ୍କୁଲର ବୈଜ୍ଞାନିକମାନେ ବୃଦ୍ଧାବସ୍ଥାକୁ କିପରି ଯୁବାବସ୍ଥାକୁ ଫେରାଇ ଆଣିହେବ ଅନୁସନ୍ଧାନ କରିଛନ୍ତି ଏବଂ ସେମାନେ ଏହି ଅନୁସନ୍ଧାନରେ ସଫଳ ମଧ୍ୟ ହୋଇଛନ୍ତି |ଏକ ରିପୋର୍ଟ ଅନୁସାରେ ଆମେରିକାର ହାଭାର୍ଡ ମେଡିକାଲ ସ୍କୁଲ ଏବଂ ୱେଷ୍ଟର୍ନ ୟୁନିଭର୍ସିଟି ମିଳିତ ଭାବେ ଏହି ଅନୁସନ୍ଧାନ କରିଛନ୍ତି |ତେବେ ବୃଦ୍ଧ ଏବଂ ଆଖିକୁ କମ ଦେଖାଯାଉଥିବା ମୁଷାଙ୍କ ଉପରେ ଏହି ଅନୁସନ୍ଧାନ କରାଯାଇଥିଲା |ଯେଉଁଥିରେ ବୈଜ୍ଞାନିକ ମାନେ ଏହି ମୂଷା ମାନଙ୍କୁ ପୁର୍ନବାର ଯୁବା କରିବାରେ ସଫଳ ହୋଇଥିଲେ |ଏହି ପରିପ୍ରେକ୍ଷୀରେ ଗବେଷକ ଡେଭିଡ ସିନକ୍ଳେୟର ସ୍ପଷ୍ଠ ଭାବେ କହିଛନ୍ତି ଯେ ବୟସ ହେଉଛି ଏକ ଓଲଟା ପ୍ରକ୍ରିୟା ଯାହାକୁ ବଦଳାଇ ଯାଇପାରିବ |ଯଦି ବୈଜ୍ଞାନିକଙ୍କ ଏହି ଅନୁସନ୍ଧାନକୁ ବିଶ୍ୱାସ କରାଯାଏ ତେବେ ହୁଏତ କିଛି ସମୟ ପରେ ମଧ୍ୟ ଜଣେ 50 ବର୍ଷ ବୟସ୍କ ବ୍ୟକ୍ତି 30 ବର୍ଷ ବୟସ୍କ ଯୁବକଙ୍କ ପରି ଦେଖାଯାଇପାରିବ | ତେବେ ଅନୁସନ୍ଧାନର ଏହି ତଥ୍ୟ ବୈଜ୍ଞାନିକ ପତ୍ରିକା ସେଲରେ ସ୍ଥାନ ପାଇଛି |ସେଲରେ ପ୍ରକାଶିତ ଏହି ଅନୁସନ୍ଧାନର ନାମ ହେଉଛି – ଲସ ଅଫ ଏପିଜେନେଟିକ ଇନଫରମେନ୍ସ ଆଜ କଜ ଅଫ ମାମାଲିଆନ ଏଜିଂ | ଲ୍ୟାବରେ ଥିବା ମୂଷାଙ୍କ ଉପରେ ହୋଇଥିବା ଏହି ପରୀକ୍ଷଣରେ ଜଣାଗଲା ଯେ ,ଶରୀର ପାଖରେ ଯୁବାବସ୍ଥାର ବ୍ୟାଙ୍କ ଅପ କପି ରହିଛି ଯାହାକୁ ଟ୍ରିଗର କରାଯାଇ ପାରିଲେ କୋଷ ଗୁଡିକ ପୁନଃ ନିର୍ମାଣ ହୋଇପାରିବ ଏବଂ ବୟସ ଫେରିବା ଆରମ୍ଭ ହେବ | ଦର୍ଶକ ବନ୍ଧୁ ଆପଣ ମାନେ ଜାଣନ୍ତି ବୃଦ୍ଧାବସ୍ଥା ହେଉଛି ଜେନେଟିକ ପରିବର୍ତନର ଫଳାଫଳ |ଯାହା ଫଳରେ ଡିଏନଏ ଦୁର୍ବଳ ହୋଇଯାଏ କିମ୍ବା ଦୁର୍ବଳ କୋଷ ଗୁଡିକ ସମୟ ସହିତ ଶରୀରକୁ ବହୁତ ଦୁର୍ବଳ କରିଦିଏ |କଇନ୍ତି ବୈଜ୍ଞାନିକ ମାନଙ୍କ ଏହି ନୂତନ ଅଧ୍ୟୟନ ଏହି ତଥ୍ୟକୁ ଭୁଲ ପ୍ରମାଣିତ କରିଛି | ପ୍ରାୟ ଏକ ବର୍ଷ ଧରି ଏହି ପ୍ରକିୟା ଉପରେ ଗବେଷଣା କରାଯାଇଥିଲା ଏବଂ ମୂଷା ମାନଙ୍କ ଉପରେ ପରୀକ୍ଷା କରାଯାଇଥିଲା ତେବେ ଏହା ସଫଳ ମଧ୍ୟ ହୋଇଥିଲା |ତେବେ ଏହି ପ୍ରକିୟା ଏବେ ମାନବ ଉପରେ ପରୀକ୍ଷା କରାଯିବ ବୋଲି ବୈଜ୍ଞାନିକ ମାନେ ନିଜର ମତ ଦେଇଛନ୍ତି |

Leave a Reply

Your email address will not be published. Required fields are marked *