ଭଉଣୀ ଘରକୁ ବୁଲି ଯାଇଥିଲେ ଦିଲ୍ଲୀ ହେଲେ ମରଶରୀର ଆସି ପହଁଚିଲା |

ତାଳଚେର12/12(ଫୋକସ ପ୍ଲସ); ତାଳଚେର ହାଟତୋଟା ସ୍ଥିତ ୧୫ ନମ୍ବର ୱାର୍ଡର ବନ୍ଦିତା ପ୍ରଧାନ ତାଙ୍କ ଭଉଣୀଙ୍କ ଘର ଦିଲ୍ଲୀ ଯାଇଥିବା ବେଳେ ସେଠାରେ ହୃଦଘାତରେ ତାଙ୍କର ମୂର୍ତ୍ୟୁ ଘଟିଥିଲା । ତାଙ୍କ ମର ଶରୀରକୁ ତାଳଚେରର ଆଣିବା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ମୃତକଙ୍କ ପରିବାର ପକ୍ଷରୁ ତାଳଚେର ପୌରାଞ୍ଚଳ ନଗର ପାଳ ପବିତ୍ର ଭୂତିଆ ଙ୍କୁ ଜଣାଇ ଥିଲେ ନଗର ପାଳ ହେଇ ଖବର ଶୁଣିଲା ପରେ ସ୍ଥାନୀୟ ବିଧାୟକଙ୍କୁ ଯୋଗାଯୋଗ କରିଥିଲେ ଏହା ପରେ । ବିଧାୟକ ବ୍ରଜକିଶୋର ପ୍ରଧାନ ଦିଲ୍ଲୀ ରେ ଥିବା ଏକ ଆମ୍ବୁଲାନ୍ସ ସହ ଯୋଗାଯୋଗ କରି ମରଶରୀରକୁ ତାଳଚେର ଆଣିବାକୁ ବ୍ୟବସ୍ଥା କରିଥିଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ସହାୟତାର ହାତ ବଢ଼ାଇ ସମସ୍ତ ଖର୍ଚ୍ଚକୁ ବହନ କରି। ସୁଦୂର ଦିଲ୍ଲୀରୁ ସଡ଼କ ପଥରେ ଏକ ଆମ୍ବୁଲାନ୍ସ ଯୋଗେ ଦୀର୍ଘ ଦୁଇ ହଜାର କିଲୋମିଟର ମୃତ ଶରୀରକୁ ଧରି ଆଜି ମୃତକଙ୍କ ତାଳଚେର ବାସଭବନ ଠାରେ ପହଁଚି ଥିଲେ । ଯାହାକୁ ନେଇ ମୃତକଙ୍କ ପରିବାର ସହ ଅଞ୍ଚଳବାସୀ ତାଳଚେର ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *