ଫୋକସ ପ୍ଲସ(ଥୁଆମୂଳରାମପୁର): ଶାରଦୀୟ ଦୁର୍ଗାପୂଜା ଲାଗି ଥୁଆମୂଳ ରାମପୁର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି ବ୍ଳକର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି। ଆଜି ହେଉଛି ବିଜୟା ଦଶମୀ ମହାଶକ୍ତି ଦେବୀଦୁର୍ଗାଙ୍କ ପାଖରେ ଚାଳିଛି ପୂଜାର୍ଚ୍ଚନା ଏନେଇ ଥୁଆମୂଳ ରାମପୁର ବ୍ଳକର ଧୁଳିଗୁଡା ଗାଁରେ ଦୁର୍ଗାପୂଜା ଅବଶରେର ମାଁଦୁର୍ଗାଙ୍କ କଣ୍ଟାଦଳି ବସାଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ମୂଖ୍ୟ ପୂଜକ ମଳୟ ମାଝୀଙ୍କୁ କାଳିସୀ ଲାଗିଲା ପରେ କଣ୍ଟାଦଳି ବସାଉତ୍ସବ ଅନୁଷ୍ଠିତ ହୋଇଥିଲା କଣ୍ଟା ଦୋଳିରେ ଝୁଲିଝୁଲି ଉକ୍ତ ଓ ଶ୍ରଦ୍ଧାଳୁଙ୍କୁ ମାଁ ଦର୍ଶନ ଦେଇଥିଲେ।
ମାଁଙ୍କ ପାଖରେ ଆଶୀର୍ବାଦ ଭିକ୍ଷା ପାଇଁ ଶହଶହ ସଂଖ୍ୟା ରେ ଜନସମାଗମ ପରିଲକ୍ଷିତ ହୋଇଥିଲା। ମାଁ ଙ୍କ ଏହି କଣ୍ଟା ଦଳି ବସା ଉତ୍ସବକୁ ଦେଖି ଲୋକେ ଭାବବିହୁଲ ହୋଇ ଯାଇଥିଲେ। ରକ୍ତରଞ୍ଜିତ ହୋଇ ଉଠିଥିଲା ମାଁ ଙ୍କ ସେହି ଶକ୍ତି ପୀଠ ମାନସିକ ଧାରି ବୋଦା, କୁକୁଡ଼ା, ପାରା, ଭଳି ଅନେକ ଗୃହପାଳିତ ପଶୁ ପକ୍ଷୀ ଙ୍କୁ ମାଁଦୁର୍ଗା ଙ୍କ ପାଖରେ ବଳି ଦେଇଥିଲେ। ଶାନ୍ତି, ଶୃଙ୍ଖଳାର ସହିତ ଧୁମ୍ ଧାମରେ ମାଁଦୁର୍ଗା ଙ୍କ କଣ୍ଟା ଦଳି ବସା ଉତ୍ସବ ଧଳିଗୁଡା ଗାଁ ଠାରେ ଉଦଯାପିତ ହୋଇଯାଇଛି। ଆଜିକୁ ପ୍ରାୟ ୪ ବର୍ଷ ହେବ ଧୁଲିଗୁଡା ବାବାଖଣ୍ଡୁଆଲ ଦୁର୍ଗା ପୂଜା କମିଟି ପକ୍ଷରୁ ଏହି ଗାଁ ରେ ଦୁର୍ଗା ପୂଜା ପାଳନ ହୋଇ ଆସୁଛି।
ଥୁଆମୂଳରାମପୁରରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ