ଦଶମନ୍ତପୁର: ସରକାରୀ ନିୟମ ଅନୁସାରେ ଭଲ ଭାବରେ ଛାତ୍ର ମାନଙ୍କୁ ଖାଇବା କୁ ମିଳୁଛି। କିନ୍ତୁ ରହିବା ଲାଗି ଭଲ ଘର ଖଣ୍ଡେ ନାହିଁ। ଭଙ୍ଗା ଦଦରା ଆଜବେଷ୍ଟସ ତଳେ ରହି ଭବିଷ୍ୟତ ଗଡୁ ଛନ୍ତି, କୁନି କୁନି ଛାତ୍ର ମାନେ। ପକା ଘର ପ୍ରଶାସନ ପକ୍ଷରୁ ନ ଯୋଗାଇ ଦେଲେ ଅନ୍ତେବାସୀ ଛାତ୍ର ମାନେ ପରୀକ୍ଷା ପରେ, ଗ୍ରୀଷ୍ମ ଛୁଟି ରେ ଯାଇ ଆଉ ହଷ୍ଟେଲ କୁ ଫେରିବେ ନାହିଁ ବୋଲି ଅଭିଭାବକ ରୋକ୍ ଠୋକ୍ ଚେତାବନୀ ଦେଇଛନ୍ତି। ଏ ଭଳି ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡା ପଦର ପଞ୍ଚାୟତ ଅଧିନସ୍ଥ ବରଗଛ ୪୦ ଶଯ୍ୟା ବିଶିଷ୍ଟ ଛାତ୍ର ନିବାସ ହଷ୍ଟେଲ ଠାରେ। ସୂଚନା ମୁତାବକ ଏହି ହଷ୍ଟେଲ ୧୯୫୮ ମସିହାରେ ସ୍ଥାପିତ ହୋଇଛି। ଏଠାରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ରହିଛି। ବିଭିନ୍ନ ଗାଁ ର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ୪୦ ଜଣ ଛାତ୍ର ରହି ପାଠ ପଢ଼ିବା ବ୍ୟବସ୍ଥା କରାଯାଇଛି। କିନ୍ତୁ ଯାତାୟାତ କରି ଏହି ସ୍କୁଲ ରେ ସର୍ବ ମୋଟ ୧୨୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା କରୁଛନ୍ତି। , ଶିକ୍ଷା ଦାନ ପାଇଁ ୩ ଜଣ ଶିକ୍ଷକ ନିଯୁକ୍ତି ଅଛନ୍ତି। ହେଲେ ଏହି ହଷ୍ଟେଲ ମଙ୍ଗଳ ବିଭାଗ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ବାଘ ପ୍ରକାଶ କରିଛନ୍ତି। ପରିତାପର ବିଷୟ ଯେ, ଏହି ସ୍କୁଲ ରେ ପିଲା ରହିବା ଲାଗି ଭଲ ଘର ବ୍ୟବସ୍ଥା ଓ ଶ୍ରେଣୀ କକ୍ଷ ନ ଥିବା ଯୋଗୁଁ ଛାତ୍ର ଛାତ୍ରୀ ପାଠ ପଡ଼ିବା ଲାଗି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଛି। ବର୍ତମାନ ପିଲା ବରଣ୍ଡାରେ ବସି ପାଠ ପଡୁଥିବା କୁହାଯାଇଛି। ତୁରନ୍ତ ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଆବଶ୍ୟକ ଗୃହ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।