ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଫୋକସ ପ୍ଲସ (ଦଶମନ୍ତପୁର) ୦୫/୦୭/୨୦୨୨: ଜଣେ ଅସହାୟ ବୃଦ୍ଧାଙ୍କ ଆଧାର କାର୍ଡ ନଥିବା ରୁ ଏକ ବର୍ଷ ହେଲା ପଞ୍ଚାୟତ ପକ୍ଷରୁ ଭତ୍ତା ଟଙ୍କା ଦିଆ ଯାଉନ ଥିବା ଅଭିଯୋଗ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚିକାମ୍ବ ପଞ୍ଚାୟତ ଅଧିନସ୍ଥ ବନାସିଲ ଗାଁ ରେ। ଏହି ଗ୍ରାମ ରେ ରହୁଥିବା ଜଣେ ୮୦ ବର୍ଷିୟା ବୃଦ୍ଧା ବୁଦାଇ ମୁଦୁଲି ନାମକ ହିତାଧିକାରୀ ଙ୍କୁ ଜାଣି ଶୁଣି ପଞ୍ଚାୟତ ର ପି ଇ ଓ ବାବୁ ମାନେ ଭତ୍ତା ଟଙ୍କା ଦେଉ ନ ଥିବା କୁହାଯାଇଛି । ସେ କହିଛନ୍ତି ଯେ ଦୁଇ ଥର ଆଧାର କାର୍ଡ ପାଇଁ ଫୋଟ ଉଠାଇଛନ୍ତି। ହେଲେ ତାଙ୍କ ଭାଗ୍ୟ ରେ ଆଧାର କାର୍ଡ ଆସୁନାହିଁ। ଯାହା ଫଳରେ ସେ ଭତ୍ତା ଟଙ୍କା ରୁ ବଞ୍ଚିତ ହୋଇ ଆସୁଥିବା କହଭରା ସ୍ଵର ରେ ପ୍ରକାଶ କରିଛନ୍ତି। ପୂର୍ବ ରେ ପ୍ରତି ମାସ ର ୧୫ ତାରିଖ ଦିନ ଭତ୍ତା ଟଙ୍କା ଦିଆ ଯାଉଥିଲା। ସେହି ଟଙ୍କା ରେ ନିଜେ ଚଳିବା ଲାଗି ଆବଶ୍ୟକ ତେଲ ସାବୁନ ସମେତ ଅନ୍ୟାନ୍ୟ ଜିନିଷ ପତ୍ର କିଣି ବ୍ୟବହାର କରୁଥିଲେ। ହେଲେ ବର୍ଷେ ହେଲା ଭତ୍ତା ଟଙ୍କା ନ ମିଳିବା ଦ୍ଵାରା ସେ ଚଳିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଛି। ବହୁବାର ନେହୁରା ହୋଇ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟଳୟରେ ଯାଇ ବାବୁ ମାନଙ୍କୁ ଭତ୍ତା ଟଙ୍କା ଦେବାକୁ ନିବେଦନ କରିଛନ୍ତି। ହେଲେ କେହି ତାଙ୍କ ଦୁଃଖ ର କଥା ରେ କର୍ଣ୍ଣପାତ କରିନାହାଁନ୍ତି । କିନ୍ତୁ ଆଧାର କାର୍ଡ ନେଇ ଯିବାକୁ ବାଧ୍ୟ କରିଥିଲେ। ଶେଷରେ କୈାଣସି ବିକଳ୍ପ ନ ପାଇ ହତାଶ ହୋଇ ଘରେ ରହୁଥିବା କୁହାଯାଇଛି। ତାଙ୍କ ଏକ ମାତ୍ର ପୁଅ ଶୁକ୍ରୁ ମୁଦୁଲି ପାଖରେ ଆଶ୍ରୟ ନେଇଥିବା କୁହାଯାଇଛି। ବର୍ତମାନ ଦୁନିଆରେ ପୁଅ ଭଲ ଥିଲେ ବୋହୂ ଭଲ ନୁହେଁ କି ବୋହୂ ଭଲ ଥିଲେ ପୁଅ ଭଲ ନଥିବେ। ଏଭଳି ସେମାନେ ଯାହା ଦେଲେ ମୁଠେ ଖାଇ ରହୁଛି ବାବୁ ବୋଲି ପ୍ରକାଶ କରିଛି। ଏସମ୍ପର୍କରେ ଚିକାମ୍ବ ପଞ୍ଚାୟତ ର ପି ଇ ଓ କର୍ଣ୍ଣ ରାଉତ ଙ୍କୁ ଯୋଗାଯୋଗ କରି ପଛାରି ବୁଝିଥିଲୁ , ସେ କହିଥିଲେ ଯେ ମୁଁ ଜାଣି ନାହିଁ,। ଯୋଦି ସେଭଳି ବୃଦ୍ଧା ର ଭତ୍ତା ଟଙ୍କା ରହି ଯାଇଛି , ତାହା ହେଲେ ଖାତା ଦେଖିବା ପରେ ସବୁ ଟଙ୍କା ଦେଇଦେବି ବୋଲି କହିଥିଲେ। ଅନ୍ୟ ପକ୍ଷରେ ଏତେ ବୟସ୍କା ବୃଦ୍ଧା ର ଭତ୍ତା ଟଙ୍କା କାହିଁକି ଜାଣି ଶୁଣି ରଖା ଯାଇଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ବୃଦ୍ଧା ଜଣକ କେତେ ଦିନ ମଧ୍ୟରେ ନିଜ ହକ୍ ଭତ୍ତା ଟଙ୍କା ପାଇଁ ପାରୁଛି।

Leave a Reply

Your email address will not be published. Required fields are marked *