ଭତ୍ତା ପାଇଁ ହିନସ୍ଥା, ଗୁରୁଣ୍ଡି ଗୁରୁଣ୍ଡି ଗଲେ ୮୦ ବର୍ଷର ବୃଦ୍ଧା…

ତେଲକୋଇ: ବରିଷ୍ଠ ନାଗରିକ, ଅସହାୟ, ଦିବ୍ୟାଙ୍ଗଙ୍କୁ ସାମାଜିକ ନିରାପତ୍ତା ​ଯୋଗାଇଦେବାକୁ ସରକାର ଭତ୍ତା ଯୋଜନା କରିଛନ୍ତି। ବୟସ୍କ ତଥା ଅକ୍ଷମ ଥିବା ବରିଷ୍ଠ ନାଗରିକଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚାଇବାକୁ ସରକାର କଡ଼ା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ତେବେ ପଞ୍ଚାୟତସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ। ଫଳ​ରେ ବୟସ୍କ ହିତାଧିକାରୀମାନେ ଏଥିପାଇଁ ଦହଗଞ୍ଜ ହେଉଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟକୁ ଧାଉଁଛନ୍ତି। ରାଇସୁଆଁ ମହ୍ଲାର ସାହିର ୮୦ ବର୍ଷର ବୃଦ୍ଧା ପଥୁରି ଦେହୁରୀଙ୍କୁ ଭତ୍ତା ଅର୍ଥ ଆଣିବା ପାଇଁ ଘରୁ ପ୍ରାୟ ଏକ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଉଥିବାର ଦୃଶ୍ୟ ସମସ୍ତଙ୍କ ବିସ୍ମିତ କରିଛି। ଭତ୍ତା ଆଣିବାକୁ ପଥୁରି କାଦୁଅ ପଚପଚ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଆସୁଥିବାର ବିକଳ ଚିତ୍ର ଦେଖିବା ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *