ଭବାନିପାଟଣାରୁ ଭୁବନେଶ୍ୱର ଯାଉଥିବା ରାସ୍ତାରେ ଘଟିଲା ମର୍ମନ୍ତୁତ ଦୁର୍ଘଟଣା ||

ଫୋକସ ପ୍ଲସ 3/1/2023(କର୍ଲାମୁଣ୍ଡା): ସୁଚନା ମୁତାବକ ଭବାନିପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ଏକ ଘରୋଇ ଦିଲଖୁସ ବସ ଓ କାର ମଧ୍ୟରେ ଗତ ରାତିରେ NH 26 ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ହୋଇଥିଲା। ଭବାନିପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଦିଲଖୁସ ବସ ଯାହାର ଗାଡ଼ି ନମ୍ବର OD 02 AU 2597 ଓ କେସିଙ୍ଗା ପଟୁ ଭବାନିପାଟଣା ଆସୁଥିବା କାର ଗାଡି ଯାହାର ଗାଡ଼ି ନମ୍ବର OD 08 P 7780 ମଧ୍ୟରେ ଧକ୍କା ହୋଇଥିଲା। ସୁଚନା ଥାଉକି ବସ କାରକୁ ଯୋରରେ ଧକ୍କା ଦେଇଥିବାରୁ ସାମ୍ନାରୁ ଆସୁଥିବା କାରଟି ଚୁରମାର ହୋଇଯାଇଥିବା ସହ ଘଟଣା ସ୍ଥଳରେ କାରରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବସଟି ଦୃତ ଗତି ଥିବାରୁ ପ୍ରାୟ 100 ଫୁଟ ଘୋସାଡି ହୋଇ ପାଖରେ ଥିବା ବୈଶାଳି ପାଣି ଫେକ୍ଟେରି ବାଡାରେ ପିଟି ହୋଇଥିବାରୁ ବାଡା ମଧ୍ୟ ଚୁରମାର ହୋଇଯାଇଛି । ଯାହାଫଳରେ କାର ଗାଡି ଚୁରମାର ହେବା ସହ ଦୁଇ ଜଣ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସୁଚନା ମିଳିଛି ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପରି ନଥିବା ବେଳେ ଖବର ପାଇଁ ଘଟଣା ସ୍ଥଳରେ ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମ ରାଜ କହଁର ଘଟଣା ସ୍ଥଳରେ ପହଞ୍ଚି ମୃତକ ଦୁଇଜଣଙ୍କୁ ଉଦ୍ଧାର କରି ଭବାନିପାଟଣା ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି | ଓ କେଉଁ କାରଣରୁ ଘଟଣା ଘଟିଛି ତଦନ୍ତ ଚାଲିଛି ବୋଲି ଉତ୍କେଲା ଫାଣ୍ଡି ବାବୁ ପ୍ରେମ ରାଜ କହଁର ସୂଚନା ଦେଇଛନ୍ତି |

Leave a Reply

Your email address will not be published. Required fields are marked *