ଫୋକସ ପ୍ଲସ 19/10/22( ମାଥିଲି ): ଭରା ନଈରେ ବାଜି ଲାଗୁଛି ଜୀବନ ।ଶିଳାନ୍ୟାସ ହୋଇ ଆଜକୁ ପାଞ୍ଚ ବର୍ଷ ବିତଯାଇଥିଲେ ମଧ୍ୟ ପୋଲ ନିର୍ମାଣର ଶେଷ ହେବାର ନା ଧରୁନୀ ପ୍ରଶାସନ । ଯାହା ଫଳରେ ଲୋକେ ନିଜର ଜୀବିକା ପାଇଁ ନୀତି ଦିନ ବାଜି ଲଗାଉଛନ୍ତି ଜୀବନକୁ । ନଈ ପାର ବେଳେ ଦୁର୍ଘଟଣା ଘଟି ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇଛି କିନ୍ତୁ ଏଥିପ୍ରତି ପ୍ରଶାସନର ଦୃଷ୍ଟି ନାହିଁ। ଜୀବିକା ଆଗରେ ଜୀବନ ତୁଚ୍ଛ । ଏକତା ପାଣିରେ ଜୀବନକୁ ପଛ କରି ବାହାରି ଯାହାନ୍ତି ଲୋକମାନେ ।
ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଧୁଙ୍ଗିଆପୁଟ ପଞ୍ଚାୟତର ଅଟାଲଗୁଡ଼ା ନଦୀ ଉପରେ । ଏହି ପୋଲ ଅଟାଲଗୁଡା,ଗୋଜିଆଗୁଡା,ଚୁରାକାନ, ଅନ୍ଧାରିଜବା, କହ୍ନାଡି,ପଦେଇକନ୍ଦ୍ରା, ମାଳିଗୁଡା ଓ ମୁକୁଡୁ ଏହି ନଅ ଖଣ୍ଡ ଗ୍ରାମର ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ୍ବ ଲୋକ ନିର୍ଭର କରିଥାନ୍ତି।ଏହି ପୋଲ ଉପରେ ନଅ ଟି ଗ୍ରାମର ଲୋକେହାଟ ,ବଜାର,ସ୍କୁଲ ,
କଲେଜ, ଡାକ୍ତରଖାନା ତହସିଲ,ବ୍ଲକ, ପଞ୍ଚୟତ ଏବଂ ଅବଶକ୍ୟ ସାମଗ୍ରୀ ପାଇଁ ଏମିତି ଜୀବନକୁ ବାଜି ଲଗାଇ ପ୍ରତି ଦିନ ଏମିତି ମରଣ କୁ ବରଣ କରି ଗ୍ରାମବାସୀ ଭରା ନଇଁ ପାର ହୋଇଥାନ୍ତି ଶତାଧିକ ଲୋକେ ।
ବର୍ଷ ବର୍ଷ ଧରି ଏହି ଅଞ୍ଚଳବାସୀ ଜୀବନକୁ ବାଜି ଲଗାଇ ନିତିଦିନ ନଦୀ ପାର ହେଉଛନ୍ତି ।ନଦୀ ଆରପଟେ ବ୍ଲକ , ତହସିଲ , କଲେଜ , ଡାକ୍ତରଖାନା, ଥାନା,ହାଟ , ବଜାର ରହିଛି । ପ୍ରତି ଦିନ ଯିବାକୁ ପଡେ । ସେଥିପାଇଁ ଜୀବନକୁ ବାଜି ଲଗାଇ ଭରା ନଈ କୁ ବିପଦ ସଂକୁଳ ଅବସ୍ଥାରେ ବର୍ଷ ବର୍ଷ ଧରି ଯିବା ଆସିବା କରୁଛନ୍ତି ଲୋକେ । ଅନେକ ସମୟରେ ଦୁର୍ଘଟଣା ଘଟୁଛି ହେଲେ ପ୍ରଶାସନର ନିଘା ନାହିଁ ।
ଏହି ନଅ ଟି ଗ୍ରାମର ଯାତାୟାତ ସୁବିଧା ପାଇଁ ତତ୍କାଳୀନ ବିଧାୟକ ଡମ୍ବରୁ ସୀସା ସମୟରେ ମାନେ ୨୦୧୭ ମସିହାରେ ପୋଲ ନିର୍ମାଣ ପାଇଁ ୮୧ ଲକ୍ଷ ୫୪ ହଜାର ବ୍ୟୟ ଅଟକଳ କରାଯାଇ ଶିଳାନ୍ୟାସ ମଧ୍ୟ କରାଯାଇ ପୋଲ ର ପିଲାର କାର୍ଯ୍ୟ ଆରମ୍ଭ କରାଯାଇ ଥିଲା।ସେହି ପୋଲ ଟି ୨୦୧୭ ରେ ଆରମ୍ଭ ହୋଇ ୨୦୧୮ ମସିହାରେ ସମ୍ପୂର୍ଣ୍ଣ ହେବା କଥା।କିନ୍ତୁ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀ ମାନଙ୍କ ଉଦାସୀନତା ପାଇଁ ଆଜକୁ ଦୀର୍ଘ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ କି ପୋଲଟି ର ପିଲାର କାର୍ଯ୍ୟ ନାମକୁ ମାତ୍ର ନିର୍ମାଣ ହୋଇ ପଡିରହିଛି।ବିଭାଗୀୟ ଅଧିକାରୀ ନା ଜିଲ୍ଲା ପ୍ରଶାସନ ତରଫରୁ ପୋଲ ଟିକୁ ଶେଷ କରିବାର ଚିନ୍ତା ଅଛି ନା ଆନ୍ତରିକତା ।ପୋଲ ନିର୍ମାଣ କରିବା ତ ଦୂରର କଥା କିଛି ବର୍ଷ ପୂର୍ବରୁ ବ୍ଲକ ପ୍ରଶାସନ ତରଫରୁ ଡ଼ ଙ୍ଗାଟିଏ ଯୋଗାଇ ଦିଆ ଯାଇଥିଲା କିନ୍ତୁ ସେହି ଡଙ୍ଗା ଦୀର୍ଘ ବର୍ଷ ହେବ ମାଟିରେ ପୋତି ହୋଇ ଗଲାଣି ତାପରେ ଆଉ ବ୍ଲକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପ୍ରକାର ବ୍ୟବସ୍ଥା କରାଯାଇ ନାହିଁ।
ଜିଲ୍ଲା ପ୍ରଶାସନ ତରଫରୁ ଚଳିତ ବର୍ଷ ପୋଲ ନିର୍ମାଣ କାର୍ଯ୍ୟ ଶେଷ ନହୁଏ ତାହେଲେ ଆଗାମୀ ଦିନରେ ସମ୍ପୃକ୍ତ ନଅ ଖଣ୍ଡ ଗ୍ରାମର ଲୋକେ ରାଜ ରାସ୍ତାକୁ ଓହ୍ଲେଇବେ ବୋଲି କଡା ଚେତାବନୀ ଦେଇଛନ୍ତି। ମାଲକାନଗିରି ମାଥିଲିରୁ ବାସୁଦେବ ଜେନାଙ୍କ ରିପୋର୍ଟ ଫୋକସ ପ୍ଲସ।