ଭର୍ଚୁଆଲ ମାଧ୍ୟମରେ ଦୁଇଟି ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ |

ରାୟଗଡା23/12/23(ଫୋକସ ପ୍ଲସ); ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଓ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ରେ ଅବସ୍ଥିତ କଂସାରିଗୁଡ଼ାରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡ଼ିଓ କାନ୍ଫୋରଏସ ମାଧ୍ୟମରେ ୮ ହଜାର କୋଟି ଟଙ୍କା ନିବେଶର ଆଲୁମିନା ଉତ୍ପାଦନ ଆଦିତ୍ୟ ବିର୍ଲା ପ୍ରକଳ୍ପର ଶିଳାନ୍ୟାସ କେରିଛନ୍ତି। ଆଦିତ୍ୟ ବିର୍ଲା ପ୍ରକଳ୍ପ ଦ୍ୱାରା କଶଂସାରୀ ଗୁଡା ଠାରେ ୮ହଜାର କୋଟି ଟଙ୍କା ନିବେଶ ହବ ଯଦ୍ୱାରା ଅଞ୍ଚଳର ୪ହଜାର ଯୁବକଙ୍କୁ ରୋଜଗାର ଯୋଗାଇଦେବ ଏବଂ ଏହା ବ୍ୟତୀତ ପଞ୍ଚାୟତ ଅନ୍ତର୍ଗତ ଫୁଲଜବା ଠାରେ ୧୧୪କୋଟି ଟଙ୍କା ନେବେଶ କରି ପୋଷାକ ଉତ୍ପାଦନ ପ୍ରକଳ୍ପ ନିର୍ମାଣ କରାଯିବ ଯାହାଫଳରେ ପୁଣି ଅଞ୍ଚଳର ପାଖାପାଖି ୩ ହଜାର ଲୋକେ ରୋଜଗାର ପାଇବାର ସାମ୍ବାବନା ଥିବା ହେତୁ ଅଞ୍ଚଳ ବାସିଙ୍କ ୧୮ବର୍ଷର ଅନେକ ବାଦବିବାଦର ଅପେକ୍ଷା ପରେ ଆଜି ବିକାଶର ଏକ ନୂତନ ଆକାଂକ୍ଷା ତ୍ୱରାନ୍ୱିତ ହେଇଛି ବୋଲି ଉତ୍କଳ ଆଲୁମିନା ୟୁନିଟ ହେଡ଼ ଶ୍ରୀ ମଜହର ବେଗ ପ୍ରକଶ କରିଛନ୍ତି। ଏହି ଭଳି ଉପସ୍ଥିତ ରାଜନେତା ମାହୋଲ ଏବଂ ଅଞ୍ଚଳବାସୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। କାର୍ଯ୍ୟକ୍ରମଟି ମହା ଆଡମ୍ବରରେ ଆୟୋଜନ ହୋଇଥିବା ବେଳେ ଏଠାରେ କରାପୁଟ ଲୋକସଭା ସଂସଦ ସପ୍ତଗିରି ଶଙ୍କର ଉଲାକା, ଆଇନ ମନ୍ତ୍ରୀ ଜଗନ୍ନାଥ ଶାର୍କା ରାୟଗଡା ବିଧାୟକ ମୋକରନ୍ଦ ମୁଦୁଲି, ଲକ୍ଷ୍ମୀପୁର ବିଧାୟକ କୈଳାଶ କୁଲୁସିକା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ,ରାୟଗଡା ଜିଲ୍ଲାପାଳ ସ୍ବେଦ୍ଧାଦେବ ସିଂ, ବିବେକାନନ୍ଦ ଶର୍ମା SP ରାୟଗଡା, ମୈତ୍ରୀ ଇନ୍ଫ୍ରା ଚ୍ୟାର୍ମେନ ଶ୍ରୀନିବାସ ରାଓ, ଏ ସତ୍ୟନାରାୟଣ, ଆଦିତ୍ୟ ବିର୍ଲା ଆର୍ତ୍ତୃପକ୍ଷଙ୍କ ସମେତ ହଜାରରୁ ଉର୍ଦ୍ଧ ଲୋକେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *