ଫୋକସ ପ୍ଲସ 3/5/23 (ବ୍ୟୁରୋ):ବର୍ତ୍ତମାନ ସମୟରେ ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ବିଳମ୍ବରେ ଶୋଇବା ଓ ସକାଳେ ବିଳମ୍ବରେ ଉଠିବା ଅଧିକାଂଶ ଲୋକଙ୍କ ଅଭ୍ୟାସରେ ଏହା ପରିଣତ ହୋଇଥିବା ଦେଖାଯାଉଛି। ଶୋଇବାର କିଛି ସମୟ ପୂର୍ବରୁ ରାତ୍ରି ଭୋଜନ କରିଥାଆନ୍ତି। ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ। ଶୋଇବାର ୨ ଘଣ୍ଟା କିମ୍ବା ୧ ଘଣ୍ଟା ପୂର୍ବରୁ ଭୋଜନ କରିବା ଆବଶ୍ୟକ।
ନଚେତ୍ ଏହି ବଦଅଭ୍ୟାସ ଅନେକ ରୋଗର କାରଣ ସାଜିଥାଏ। ତେବେ ଏଭଳି କେତେକ ଖାଦ୍ୟ ବିଷୟରେ ଜାଣନ୍ତୁ, ଯାହାକୁ ରାତିରେ ସେବନ କରିବା ଉଚିତ୍ ନୁହେଁ..
ଶୋଇବା ପୂର୍ବରୁ ଚା’ କିମ୍ବା କଫିର ଆଦୌ ସେବନ କରନ୍ତୁ ନାହିଁ। ଏଥିରେ ଥିବା କାଫେନ କାରଣରୁ ନିଦରେ ପ୍ରଭାବ ପକାଇଥାଏ। ଏହାସହ ଆଇସକ୍ରିମ, କେତେକ ମିଠା ଓ ଚକୋଳେଟ୍ରେ ମଧ୍ୟ କାଫେନ୍ ରହିଥାଏ। ଉତ୍ତମ ନିଦ ପାଇଁ ରାତିରେ କାଫେନ୍ ଯୁକ୍ତ ଖାଦ୍ୟ ଜିନିଷ ଠାରୁ ନିଜକୁ ଦୂରେଇ ରଖନ୍ତୁ।
ରାତିରେ ଶୋଇବା ପୂର୍ବରୁ ଖଟା ଯୁକ୍ତ ଫଳର ସେବନ କରିବା ଉଚିତ୍ ନୁହେଁ। ଫଳ ରସ, କଞ୍ଚା ପିଆଜ, ଟମାଟୋ ଚଟଣି ଆଦି ଖାଦ୍ୟକୁ ରାତିରେ ସେବନ କରିବା ଉଚିତ ନୁହେଁ।
ରାତିରେ ସର୍ବଦା ହାଲୁକା ଖାଦ୍ୟ ଖାଇବା ଉଚିତ୍। ରାତିରେ ଅଧିକ ଭୋଜନ କରିବା ଦ୍ୱାରା ପାଚନ ତନ୍ତ୍ର ସହ ନିଦ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ। ଏହାସହ ଆବଶ୍ୟକତା ଠାରୁ ଅଧିକ ଭୋଜନ କରିବା ଦ୍ୱାରା ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହି କାରଣରୁ ରାତିରେ ଛଣାଛଣି, ବର୍ଗର, ଚିପ୍ସ ଆଦି ଜିନିଷ ଖାଆନ୍ତୁ ନାହିଁ।
ରାତିରେ ତରଳ ପଦାର୍ଥର ଅଧିକ ସେବନ କରନ୍ତୁ ନାହିଁ। ରାତି ସମୟରେ ତରଭୂଜ, କାକୁଡି ଆଦି ଖାଆନ୍ତୁ ନାହିଁ। ଅଧିକ ପରିମାଣରେ ପାଣି ମଧ୍ୟ ପିଅନ୍ତୁ ନାହିଁ।