ଭାଇକୁ ହାଣିଲା ଭାଇ

ସୁନ୍ଦରଗଡ଼ ଜିଲ୍ଲା କ.ବଲାଙ୍ଗ ଥାନା ଅନ୍ତର୍ଗତ ଲମସୀ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସାମାନ୍ୟ କଥାକୁ କେନ୍ଦ୍ର କରି ବଡ ଭାଇ ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ । ମୃତକ ଙ୍କ ହେଲେ ମନୋଜ ମହାନ୍ତ (୪୦) । ରବିବାର ଦିନ ମୃତ ମନୋଜ ମହାନ୍ତ ଙ୍କର ଝିଅ ବିବାହ କାର୍ଯ୍ୟ କ୍ରମ ଚାଲିଥିବା ବେଳେ ବଡ ଭାଇ (ଅଭିଯୁକ୍ତ ) ରଞ୍ଜିତ ମହାନ୍ତ (42) ଙ୍କ ର କୌଣସି ପିଲାଛୁଆ ନ ଥିବାରୁ ତାଙ୍କୁ ବାଞ୍ଝ କହି ଶୁଭ କାର୍ଯ୍ୟରେ ଯୋଗ ନ ଦେବାକୁ ସାନ ଭାଇ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବଡ ଭାଇ ଓ ସାନ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା ଓ କିଛି ବନ୍ଧୁ ମାନଙ୍କ ବୁଝାସୁଝା ପରେ ଶାନ୍ତ ହୋଇଥିଲେ ଦୁଇ ଭାଇ  । ଗତକାଲି ସକାଳେ ଝିଅ ବିଦା ହେବା ପରେ ବଡ ଭାଇ ଏକ ଟାଙ୍ଗିଆ ସାହାଯ୍ୟରେ ସାନ ଭାଇକୁ ହାଣି ହତ୍ୟା କରିଥିଲା ଓ ସେଠାରୁ ଫେରାର ହୋଇଯାଇଥିଲା । ପରିବାର ଲୋକେ ମନୋଜକୁ ଲହୁଣୀପଡ଼ା ଡାକ୍ତରଖାନା ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କ.ବଲାଙ୍ଗ ପୋଲିସ ଡାକ୍ତରଖାନା ରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଫେରାର ଅଭିଯୁକ୍ତ ରଞ୍ଜିତ କୁ କାଲି ରାତିସାରା ଖୋଜାଖୋଜି କରି ପାଇ ନ ଥିବା ବେଳେ ଆଜି ସକାଳୁ ନିଜ ଗାଁ ରୁ ପୋଲିସ ଅଭିଯୁକ୍ତ ରଞ୍ଜିତ କୁ ଗିରଫ କରି କୋଟ ଚାଲାଣ କରିଛି  ।

Leave a Reply

Your email address will not be published. Required fields are marked *