ଭାଇ ଭଉଣୀର କରୁଣ କାହାଣୀ, 12 ବର୍ଷର କଁଅଳ ଭାଇର ମୁଣ୍ଡ ଉପରେ ଭଉଣୀର ବୋଝ।

ନିଜର ପିଲାଳିଆମୀ ଯାଇନଥିବା ବେଳେ ଜୀବନର ମାନେ କିନ୍ତୁ ବୁଝିଛି ଭାଇ , ଆଉ ବୁଝିଛି ଭାଇର ଭଉଣୀ ପ୍ରତି ଥିବା କର୍ତ୍ତବ୍ୟ।
ଯେଉଁ କାନ୍ଧରେ ଦିନେ ବହି ବସ୍ତାନୀ ପଡ଼ିଥାନ୍ତା ସେହି କାନ୍ଧରେ ଭାଇ ତା ଭଉଣୀକୁ ବୋହି ଚିକିତ୍ସା ପାଇଁ ସହାୟତା ମାଗୁଛି। ଆଉ କଣ ବା କରିପାରିଥାନ୍ତା ସେ, ଭଉଣୀ ତା ଆଖି ଆଗରେ ଏମିତି ଯତ୍ନଣା ରେ ଛଟ ପଟ ହୋଇଥାନ୍ତା ଆଉ କଉ ଭାଇ କଣ କେବେ ଧର୍ଯ୍ୟ ଧରି ରହିପାରିଥାନ୍ତା।କୁନି ଝିଅ ମାମା ମହାରଣା, ବୟସ ମାତ୍ର 6 ବର୍ଷ, ଘର ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମରେ । ମା ଅନେକ ଦିନରୁ ଆରପାରିକୁ ଚାଲିଯାଇଥିବା ବେଳେ ବାପାଙ୍କର ବି ଦୁର୍ଘଟଣାରେ ଗୋଡ଼ ଭାଙ୍ଗି ଯାଇଛି। ପରିବାରର ବୋଝ ବର୍ତ୍ତମାନ କୁନି ଭାଇ ବବଲୁ ଉପରେ। ଭଉଣୀର ମୁଣ୍ଡ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି ଆଉ ଏପରି ପରିସ୍ଥିତିରେ ଭାଇ ବବଲୁ ସହି ପାରୁନି ଭଉଣୀର ଯନ୍ତ୍ରଣା। ନିଜର କଅଳ ବୟସରେ ଭଉଣୀକୁ ଧରି ସହାୟତା ମାଗୁଥିବା ବେଳେ ରାସ୍ତା କଡରେ ଖଣ୍ଡେ ଚିରା ଫଟା ନାଲି ବେଡ଼ସିଟ ପକାଇ ଦେଇ ଭଉଣୀକୁ ଖେଳାଉଛି ଆଉ ଭଉଣୀ ମୁହଁରେ ଟିକେ ହସ ଫୁଟାଇବାକୁ ଅନେକ ପ୍ରକାର ହରକତ କରୁଛି।

 

ବୟସ ରେ ବବଲୁ ସିନା ଛୋଟ ହେଲେ ତା ଭଉଣୀ ପ୍ରତି ତାର ଭଲ ପାଇବା ସ୍ନେହ ମମତା ସମସ୍ତଙ୍କୁ ତାଯୁବ କରିଦେଉଛି। ସେପଟେ କୁନି ଝିଅ ଭାଇକୁ ସିନା ପାଟି କରି କିଛି କହି ପାରୁନି ହେଲେ ମନେ ମନେ ସେ ନିଶ୍ଚୟ କହୁଥିବ, ସତରେ ଭାଇ ତୁ ମହାନ। ତୁ ଅନେକଙ୍କ ପାଇଁ ପ୍ରେରଣା। ଏ ଦୁନିଆରେ ଅନେକ ଜଣ ଭାଇ, ଭଉଣୀର ମୂଲ୍ୟ ବୁଝିପାରୁ ନଥିବା ବେଳେ ତୁ ଅନେକଙ୍କ ପାଇଁ ଉଦାହରଣ ସାଜିବୁ । ଆଉ ତୁ କେବଳ ମୋ ଭାଇ ନୁହେଁ ମୋ ମା ବାପା ସବୁକିଛି ଆଉ ତୋ ପରି ଭାଇ ଭଗବାନ ସମସ୍ତଙ୍କୁ ଦିଅନ୍ତୁ। ସେପଟେ ବବଲୁ ବର୍ତ୍ତମାନ ଭଉଣୀର ଚିକିତ୍ସା ପାଇଁ ଚିନ୍ତାରେ ଅଛି ସୂଚନା ଅନୁଯାୟୀ ବବଲୁ ବର୍ତ୍ତମାନ ପାରାଦ୍ୱୀପ ବସଷ୍ଟାଣ୍ଡ ନିକଟ ପରିବା ମାର୍କେଟ ନିକଟରେ ରହୁଛି । ଯଦି ସରକାର  ବବଲୁ ଭଉଣୀ ମାମା ପାଇଁ ସାହାଯ୍ୟର ହାତ ବଢାନ୍ତେ ତେବେ ମାମା ଭାଇ କାନ୍ଧରେ ନ ବୁଲି ନିଜ କାନ୍ଧରେ ବହି ବସ୍ତାନୀ ପକାଇ ସ୍କୁଲ ଯାଆନ୍ତା ଆଉ ନିଜ କଅଳ ବୟସର ମଜା ନେଇ ପାରନ୍ତା ।

Leave a Reply

Your email address will not be published. Required fields are marked *