ଭାଗ୍ୟ…

ଫୋକସ ପ୍ଲସ 13/6/22(ବ୍ୟୁରୋ): କୁହାଯାଏ ଭାଗ୍ୟର ଖେଳ ବଡ଼ ବିଚିତ୍ର | ଅନେକ କୁହନ୍ତି ଭାଗ୍ୟ ଖରାପ, ଅନେକ କୁହନ୍ତି ଭାଗ୍ୟ ଭଲ କିନ୍ତୁ ଭାଗ୍ୟ କଣ ତାହା କେହି କେହି ବୁଝି ପାରନ୍ତି ନାହି, କାରଣ ଭାଗ୍ୟ କଣ ଜଣେ ସାଧାରଣ ମଣିଷ ବୁଝିବା କଷ୍ଟକର | ମଣିଷ ସବୁବେଳେ ଚାହେଁ ନିଜର ନିଷ୍ପତି ନିଜେ ନେବା ପାଈଁ | କିନ୍ତୁ ଭାଗ୍ୟ କେତେବେଳେ କଣ ଖେଳ ଖେଳିବ ତାହା ମଧ୍ୟ କେହିକେହି କହି ପାରିବେ ନାହି । ଭାଗ୍ଯର ବିଡମ୍ବନା ଆଗରେ କେହି ଠିଆ ହୋଇ ରହି ପାରିବେ ନାହି | ତେଣୁ ନିଜର ଭାଗ୍ୟ ପଛରେ ନ ଦୌଡ଼ି ନିଜର ନିସ୍ପତି ଉପରେ ଧ୍ୟାନ କେନ୍ଦ୍ରିଭୁତ କରିବା ଉଚିତ |
ସବୁଠାରୁ ମହତ୍ବପୂର୍ଣ୍ଣ କଥା ହେଲା ଆପଣ ଆଜି ଯେଉଁ ନିସ୍ପତି ନେଇଛନ୍ତି ତାହା ଆପଣଙ୍କ ଭବିଷ୍ୟତ ଉପରେ ଯେମତି ସୁପ୍ରଭାବ ପକେଇବ ତାହା କୁ ଦୃଷ୍ଟି ରେ ରଖି ନିଷ୍ପତି ନେବା ଉଚିତ | ଆଜିର ନିସ୍ପତି ଆପଣଙ୍କର ଭବିଷ୍ୟତରେ ସୌଭାଗ୍ୟ ଆଣିପାରେ |ତେଣୁ ଆପଣଙ୍କ ନିଷ୍ପତି ହିଁ ଆପଣଙ୍କ ଭାଗ୍ୟ ଗଢିଥାଏ । କିଛି କୁହନ୍ତି ମନୁଷ୍ୟ ଜନ୍ମରୁ ନିଜର ଭାଗ୍ୟ ରେଖା ନେଇ ଜନ୍ମ ହୋଇଥାନ୍ତି |ଏହା ବି ବିଶ୍ୱାସଯୋଗ୍ୟ | ଯଦି ଆମ ମସ୍ତିସ୍କରେ କିଛି ଲେଖାଯାଏ ତେବେ ଆମେ ନିଜେ ପଢି ପାରିବା ନାହିଁ ବରଂ ଅନ୍ୟମାନେ ଏହାକୁ ପଢି ପାରନ୍ତି | ମସ୍ତିକ ନିଜସ୍ୱ |ଆମ ମସ୍ତିସ୍କରେ ରହିଛି ଆମ ଚିନ୍ତାଧାରା | ଆମ ଚିନ୍ତାଧାରା ଯଦି ସକାରାତ୍ମକ ରୁହେ ତେବେ ଆମ ସମସ୍ତଙ୍କର ବିକାଶ ସୁନିଶ୍ଚିତ | ଆମ ଚିନ୍ତାଧାରା ରେ ଆମର ବିକାଶ ହେବା ସହ ସମସ୍ତଙ୍କୁ ସାଥିରେ ଧରି ଚାଲିବାର ରାସ୍ତା ମିଳିଥାଏ | ତେଣୁ ପ୍ରତେକ ବ୍ୟକ୍ତି ନିଜର ଭାଗ୍ୟ ଉପରେ ଭରସା ନ ରଖି ନିଜର କର୍ମ ଉପରେ ଭରସା ରଖିବା ଉଚିତ |ତେବେ ଯାଇ ଭାଗ୍ୟ ନିର୍ଧାରଣ ହୋଇପାରିବ |

Leave a Reply

Your email address will not be published. Required fields are marked *