ଭାଗ୍ୟଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ।

ଫୋକସ ପ୍ଲସ 6/4(ଢେଙ୍କାନାଳ):ଭାଗ୍ୟଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ। ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ର ଆଂଚଳିକ ସେବା ସଂଗଠନ ପକ୍ଷରୁ ଜଗନ୍ନାଥ ଧାମ ଦର୍ଶନ ନିମନ୍ତେ ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି।ଏଥର କୁ ମିଶାଇ 7ବର୍ଷ ହବ ଗଁଦିଆ ବ୍ଲକ ର ୧୦୦ ଜଣ ବୃଦ୍ଧବୃଦ୍ଧାଙ୍କୁ ନେଇ ଶ୍ରୀକ୍ଷେତ୍ର ଦର୍ଶନ ପାଇଁ ଏହି ଯାତ୍ରାର ଶୁଭାରମ୍ଭ ଗଁଦିଆ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅର୍ଚନା ପୁହାଣ , ବ୍ଲକ ଅଧ୍ୟକ୍ଷାରୀନାରାଣଖଟୁଆ,ବିଡ଼ିଓ ଆଶିଷରଞ୍ଜନସାହୁ,ଆଂଚଳିକ ସେବା ସଂଗଠନର ସଭାପତି ବିଦ୍ୟାଧର ସାହୁ ଓ ଉପସଭାପତି ତାପସ ସାହୁ,ଓ ସମସ୍ତ କର୍ମକତା ମାନଙ୍କ ସହଯୋଗ ରେ ଏହି ସୁନ୍ଦର ପ୍ରୟାସ ଜାରି ରଖିଛନ୍ତି ଆଞ୍ଚଳିକ ସେବାସଂଗଠନ ଏହା ପୂର୍ବରୁ ସମାଜ ସେବା କରିବା ସହିତ ଅସହାହାୟ ଲୋକଙ୍କୁ ସହଯୋଗ ର ହାତ ବଢ଼ାଇ ଥିଲା।ଏହି ସଂଗଠନ ୭ବର୍ଷ ଧରି ଏହି କାର୍ଯ୍ୟକ୍ରମ କରିଆଶୁଛି । ଏହି କାର୍ଯ୍ୟକ୍ରମ କୁ ନେଇ ଗଁଦିଆ ବାସୀ ଖୁସିପ୍ରକାଶ କରିବା ଜଣାପଡିଛି। ଏବଂ ଢେଙ୍କାନାଳ ବାସୀ ଙ୍କ ଆଶ୍ରିବାଦ ମିଳିଲେ ଏହା ଆଗାମୀ ଦିନରେ ମଧ୍ୟ ଉନତି କରିବା ସହିତ ଗରିବ ଲୋକଙ୍କ ସୁଖ ଦୁଃଖ ରେ ସାଥି ହୋଇପାରିବ l

ଗଁଦିଆ ରୁ ପୁଷ୍ପଲତା ସାମଲ ଙ୍କ ରିପୋର୍ଟ ଫୋକସ ପ୍ଲସ ଓଡିଶା l

Leave a Reply

Your email address will not be published. Required fields are marked *