ଭାଙ୍ଗିଲା ବନ୍ଧ ,ଗାଁ ରେ ପଶିଲା ଵନ୍ୟା ଜଳ

ଫୋକସ ପ୍ଲସ(କୋଣାର୍କ)୧୬/୦୮/୨୦୨୨: ଭାଙ୍ଗିଲା ଶଙ୍ଖ କବାଟ ଗାଁ ରେ ପଶିଲା ଵନ୍ୟା ଜଳ, ଲୋକେ ଇବେ ଭୟଭୀତ।କୁଶଭଦ୍ରା ନଦୀ ନେତପୁର ଠାରେ ଥିବା ପାଇକସାହି ତିନିମୁହାଣି ଶଙ୍ଖ ଭାଙ୍ଗି ଵନ୍ୟା ଜଳ ଗ୍ରାମ ଭିତରେ ପଶିଵାରେ ଲାଗିଛି। ଗ୍ରାମବାସୀଙ୍କ କହିବାମୁତାବକ ଦୀର୍ଘ ୫ଵର୍ଷ ରୁ ଉର୍ଦ୍ଧ୍ଵ ହେଲା ଏହି ଶଙ୍ଖ ଟି ଭାଙ୍ଗି ଯାଇଥିଵା ବେଳେ ଵାରମ୍ଵାର ଅଭିଯୋଗ ପରେ ଵି ପ୍ରଶାସନ ପକ୍ଷରୁ ଏହା ମରାମତି ହୋଇନଥିଲା। ଯାହାଫଳରେ ଗତ ୨ଦିନ ହେଲା କୁଶଭଦ୍ରାନଦୀ ରେ ଵନ୍ୟାଜଳ ଆସିଵା ଫଳରେ ଏହି କଲଭେଟେ କୁ ଠେଲି ଦେଵାରୁ ବନ୍ୟାଜଳ ଗ୍ରାମ ଭିତରେ ପଶିବାରେ ଲାଗିଛି। ଫଳରେ ୨୦ରୁ ଉର୍ଦ୍ଧ୍ଵ ଗ୍ରାମ ବନ୍ୟାଜଳରେ ବୁଡିବା ସହ ହଜାର ହଜାର ଏକର ଫସଲ ନଷ୍ଟ ହେଵାର ଆଶଙ୍କା ଦେଖାଦେଇଛି। ଆଜି ସକାଳୁ ଏହି ଶଙ୍ଖ ଭାଙ୍ଗି ଥିବା ବେଳେ ଜଳସଂପଦ ଵିଭାଗକୁ ଖବର ଦେଲେ ମଧ୍ୟ କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି।

କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *