ଭାରତରେ ପହଞ୍ଚିଲେ ୧୨ ଚିତା

ଫୋକସ ପ୍ଲସ 18/2/23( ବ୍ୟୁରୋ): ଭାରତରେ ପହଞ୍ଚିଲେ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ୧୨ ଚିତା | ମାସେ ଧରି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ କ୍ୱାରେଣ୍ଟାଇନରେ ରହିବେ | କୁନୋ ନ୍ୟାସନାଲ ପାର୍କରେ ମାସେ ଯାଏ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଦକ୍ଷିଣ ଆଫ୍ରିକାରୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ଗ୍ଲୋବମାଷ୍ଟର ଯୋଗେ ଭାରତ ଆସିଥିଲେ ।ପାଖାପାଖି ୮ହଜାର କିଲୋମିଟର ଯାତ୍ରା କରି ୫ଟି ଅଣ୍ଡିରା ଓ ୭ଟି ମାଈ ଚିତା କୁନୋ ନ୍ୟାଶନାଲ ପାର୍କରେ ପହଞ୍ଚିଛନ୍ତି | ।ଗ୍ୱାଲିୟରରୁ ତିନୋଟି ହେଲିକପ୍ଟର ଯୋଗେ ୧୨ ଚିତାକୁ କୁନୋ ପାର୍କ ନିଆଯାଇଛି । ହେଲିକପ୍ଟର ଅବତରଣ ପାଇଁ ୫ଟି ହେଲିପ୍ୟାଡ୍ ତିଆରି କରାଯାଇଛି ।କୁନୋ ପାର୍କରେ ମାସେ ଯାଏ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଚିତାଙ୍କ ସହ ଅଛନ୍ତି ଡାକ୍ତର ଓ ଚିତା ଏକ୍ସପର୍ଟ ଡ଼କ୍ଟର। ଏମଓୟୁ ମୁତାବକ, ଦକ୍ଷିଣ ଆଫ୍ରିକାରୁ ଭାରତକୁ ପ୍ରତିବର୍ଷ ୧୦ରୁ ୧୨ଟି ଚିତା ଅଣାଯିବେ । ଆସନ୍ତା ୧୦ ବର୍ଷ ଯାଏଁ ଚୁକ୍ତି ହୋଇଛି । ଗ୍ୱାଲିୟର ଆସୁଥିବା ଏହି ଚିତାକୁ ସ୍ୱାଗତ କରିବା ପାଇଁ ବିଶେଷ ପ୍ରସ୍ତୁତି କରାଯାଇଛି । ଚିତାର ଆଗମନ ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର ଜଙ୍ଗଲମନ୍ତ୍ରୀ ଭୂପେନ୍ଦ୍ର ସିଂ ଉପସ୍ଥିତ ରହିବେ ।ରକ୍ଷାମନ୍ତ୍ରାଳୟ ଓ ଏୟାରଫୋର୍ସ ଏହି ସେବା ପ୍ରଦାନ କରିବା ପାଇଁ ପରିବେଶ ମନ୍ତ୍ରାଳୟ ଠାରୁ କୌଣସି ଶୁଳ୍କ ନେଇ ନାହାନ୍ତି ।

Leave a Reply

Your email address will not be published. Required fields are marked *