ଭାରତର ଯଦି ଦମ ଅଛି ଆମ ସହ ଲଢିକି ଦେଖୁ :ଯୁଦ୍ଧର ଧମକ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ !

ୟୁକ୍ରେନ-ଋଷ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ଉଗ୍ର ରୂପ ଧାରଣ କରିଥିବା ବେଳେ, ଯୁଦ୍ଧ ଥମିବାର ନାଁ ଧରୁନୀ । ଯାହାକୁ ନେଇ ଏବେ ସମଗ୍ର ବିଶ୍ଵ ଚିନ୍ତା ପ୍ରକଟ କରିଛି। ସେଠାକାର ଗତିବିଧି ଉପରେ ବିଶ୍ୱବାସୀଙ୍କ ନଜର ରହିଥିବା ବେଳେ ଭାରତର ପଡୋଶୀ ଦେଶ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ନେଇ ଏକ ଟ୍ୱିଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ଫେବ୍ରୁଆରୀ ୨୬ ତାରିଖ ରାତି ୩ଟାରେ ଭାରତ ଏଲଓସି ପାର କରି ପାକିସ୍ତାନର ସୀମାରେ ପଶି ବାଲାକୋଟ ସ୍ଥିତ ଜୈଶ-ଏ-ମହମ୍ମଦର ଆତଙ୍କୀ ଠିକଣା ଗୁଡିକୁ ଧ୍ୱଂସ କରିଥିଲା। ପରେ ଏହାକୁ ବାଲାକୋଟ ଏୟାର ଷ୍ଟ୍ରାଇକ ନାଁରେ ଲୋକେ ଜାଣିଥିଲେ। ବାଲାକୋଟ ଏୟାର ଷ୍ଟ୍ରାଇକର ତିନି ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟ୍ୱିଟ୍ କରି ଭାରତକୁ ଧମକାଇବାକୁ ଚେଷ୍ଟା କରିଛନ୍ତି।

ଇମ୍ରାନ ଟ୍ୱିଟରେ ଲେଖିଛନ୍ତି, ମୁଁ ସବୁବେଳେ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସଂଘର୍ଷର ସମାଧାନ ଉପରେ ବିଶ୍ୱାସ କରୁଛି। କିନ୍ତୁ କେବେ ବି ଏହାକୁ ଦୁର୍ବଳତାର ସଂକେତ ରୁପେ ଗ୍ରହଣ ନକରାଯିବା ଦରକାର ।

ଉଲ୍ଲେଖଯୋଗ୍ୟ ଯେ, ପୁଲୱାମା ଆକ୍ରମଣ ପରେ ଭାରତ ବାଲାକୋଟରେ ଏୟାର ଷ୍ଟ୍ରାଇକ ଜରିଆରେ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନକୁ ଧ୍ୱଂସ କରିଦେଇଥିଲା . ଯାହାକୁ ଏବେ 3 ବର୍ଷ ପୁରିଛି।

Leave a Reply

Your email address will not be published. Required fields are marked *