ଫୋକସ ପ୍ଲସ(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଫଟୋ 1969 ମସିହାରେ ଭାରତୀୟ ନୋଟରେ ଦେଖା ଦେଇଥିଲା। ଏହି ବର୍ଷ ତାଙ୍କର ଜନ୍ମ ଶତବାର୍ଷିକୀ ଥିଲା | ଏହି ନୋଟଗୁଡ଼ିକରେ ଗାନ୍ଧିଜୀଙ୍କ ଫଟୋ ପଛରେ ସେବାଗ୍ରାମ ଆଶ୍ରମ ମଧ୍ୟ ରହିଥିଲା।ପ୍ରଥମ ଥର ପାଇଁ ନୋଟରେ ଗାନ୍ଧୀଙ୍କ ଛବି ଛାପିବା ପରେ ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିଲେ।ଆପଣ ଭାରତୀୟ ମୁଦ୍ରାର ଇତିହାସ ଜାଣିଛନ୍ତି କି?ଉଦାହରଣ ସ୍ୱରୂପ, ସ୍ independent ାଧୀନ ଭାରତରେ ନୋଟ୍ ମୁଦ୍ରଣ କେବେ ଆରମ୍ଭ ହେଲା, ଗାନ୍ଧିଜୀଙ୍କ ଫଟୋ ମୁଦ୍ରାରେ କିପରି ଦେଖାଗଲା, ଏପର୍ଯ୍ୟନ୍ତ ଦେଶରେ କେତେଥର ବିମୁଦ୍ରୀକରଣ ଘଟିଛି?କେବଳ ଆରବିଆଇର ଭାରତରେ ମୁଦ୍ରା ନୋଟ୍, ଅର୍ଥାତ୍ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଧିକାର ରହିଛି।
କେବଳ ମହାତ୍ମା ଗାନ୍ଧୀ କାହିଁକି?
ଏବେ ପ୍ରଶ୍ନ ହେଉଛି ଭାରତୀୟ ନୋଟରେ ଛାପାଯାଇଥିବା ଛବି ପାଇଁ ମହାତ୍ମା ଗାନ୍ଧୀ କାହିଁକି ମନୋନୀତ ହୋଇଥିଲେ? ଭାରତର ସ୍ independence ାଧୀନତା ପରେ ଅନେକ ବର୍ଷ ଧରି ଅଶୋକା ସ୍ତମ୍ଭ କିମ୍ବା ଅନ୍ୟାନ୍ୟ ପ୍ରତୀକଗୁଡ଼ିକ ନୋଟରେ ଛାପିବାରେ ଲାଗିଲା। ଏକ ରିପୋର୍ଟ ଅନୁଯାୟୀ, ଗାନ୍ଧିଜୀଙ୍କ ଛବି ଲଗାଇବାକୁ ନିଷ୍ପତ୍ତି ନିଆଯାଇଥିଲା କାରଣ ତାଙ୍କ ଗ୍ରହଣ ସାରା ଦେଶରେ ହୋଇଥିଲା।କୁହାଯାଏ ଯେ ଯଦି ମହାତ୍ମା ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ କାହାର ଛବି ଛପା ହୋଇଥାନ୍ତା ତେବେ ବିବାଦ ହୋଇଥାନ୍ତା।
ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଛନ୍ତି ଯେ ଭାରତୀୟ ମୁଦ୍ରାର ଗୋଟିଏ ପାଶ୍ୱର୍ରେ ଗାନ୍ଧୀଙ୍କ ଫଟୋ ଥିବା ବେଳେ ଅପର ପାଶ୍ୱର୍ରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖାଯାଉ । ଫଳରେ ସାରା ଦେଶର ଲୋକଙ୍କୁ ଏହି ଦେବାଦେବୀଙ୍କର ଆର୍ଶିବାଦ ମିଳିବ ।କେଜ୍ରିୱାଲ କହିଛନ୍ତି କି, ଦେଶର ଅର୍ଥ ବ୍ୟବସ୍ଥା ଦୟନୀୟ ସ୍ଥିତିକୁ ଆସି ଯାଇଛି । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଏହାର ସୁଧାର ପାଇଁ କେନ୍ଦ୍ର ସରକାର କିଛି ବଡ ନିଷ୍ପତ୍ତି ନିଅନ୍ତୁ ବୋଲି କେଜ୍ରିୱାଲ କହିଛନ୍ତି ।
ଭାରତୀୟ ମୁଦ୍ରାରେ ଗାନ୍ଧୀଜୀଙ୍କ ଫଟୋ ସହ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ଲଗାଇବା ନେଇ ପ୍ରଥମେ କେଜ୍ରିୱାଲ ଦାବି କରି ନାହାଁନ୍ତି ବରଂ ଏହା ପୂର୍ବରୁ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ ମଧ୍ୟ ୨ ବର୍ଷ ପୂର୍ବରୁ ସମାନ ଦାବି କରିଥିଲେ । ସେ ସମସୟରେ ସ୍ୱାମୀ କହିଥିଲେ କି ଅର୍ଥ ବ୍ୟବସ୍ଥାର ସୁଧାର ପାଇଁ ଟଙ୍କାରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ଛପାଯିବା ଦରକାର ।
ନୋଟରେ ଗାନ୍ଧୀଜୀଙ୍କ ଫଟୋକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଛି । କିଛି ଲୋକ କହୁଛନ୍ତି କି ନୋଟରୁ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ହଟେଇ ଦିଆଯିବା ଆବଶ୍ୟକ । ଅନ୍ୟ କିଛି ଲୋକଙ୍କ ମତରେ ଯେଉଁ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ସହ ଅନ୍ୟ ମହାପୁରୁଷଙ୍କ ଫଟୋ ରହୁ । ସେପଟେ କିଛିଦିନ ତଳେ ଭାରତୀୟ ହିନ୍ଦୁ ମହାସଭା ଦାବି କରିଥିଲା କି ନୋଟରେ ମହାତ୍ମା ଗାନ୍ଧୀଙ୍କ ବଦଳରେ ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କର ଫଟୋ ଛପାଯିବା ଦରକାର ।
ହେଲେ ଯଦି ଆମେ ଭାରତୀୟ ମୁଦ୍ରାର ଇତିହାସକୁ ଦେଖିବା ତେବେ ସ୍ୱାଧୀନତାର ଅନେକ ବର୍ଷ ପର୍ଯ୍ୟନ୍ତ ଭାରତୀୟ ମୁଦ୍ରାରେ ଅଶୋକ ସ୍ତମ୍ଭ କିମ୍ବା ଅନ୍ୟ କିଛି ଛବି ଛପା ଯାଉଥିଲା । ହେଲେ ପ୍ରଥମେ ଯେତେବେଳେ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଛପାଯିବା ନେଇ ନିଷ୍ପତ୍ତି ହେଲା ସେତେବେଳେ ସାରା ଭାରତର ଲୋକ ଏହାକୁ ସ୍ୱାଗତ କଲେ । କାରଣ ଦେଶପ୍ରତି ମହାତ୍ମା ଗାନ୍ଧୀଙ୍କର ଅବଦାନକୁ ସମସ୍ତେ ସ୍ୱିକାର କରୁଥିଲେ । ଅନ୍ୟପଟେ ମହାତ୍ମା ଗାନ୍ଧୀଙ୍କ ଫଟୋ ବ୍ୟତୀତ ଅନ୍ୟ କୌଣସି ମହାପୁରଷଙ୍କ ଫଟୋ ଯଦି ନୋଟରେ ଛପା ଯାଇଥାନ୍ତା ତାହେଲେ ଏହାକୁ ନେଇ ବିବାଦ ଦେଖାଦେବାର ଭୟ ବି ଥିଲା । ଏହି କାରଣରୁ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଛପାଯିବାକୁ ନିଷ୍ପତ୍ତି ହୋଇଥିଲା ।
ସେପଟେ ମହାତ୍ମା ଗାନ୍ଧୀଙ୍କ ଫଟୋ ବ୍ୟତୀତ ନୋଟରେ ଅନ୍ୟ କୌଣସି ମହାପୁରୁଷଙ୍କ ଫଟୋ ଛପାଯିବା ନେଇ ଦାବି ହେବା ପରେ ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକ କମିଟି ୨୦୧୪ ମସିହାରେ ଗଠନ କରାଯାଇଥିଲା । ୨୦୧୪ ନଭେମ୍ବର ମାସରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଲୋକସଭାରେ କହିଛନ୍ତି କି ରିଜର୍ଭ ବ୍ୟାଙ୍କ କମିଟି ମହାତ୍ମା ଗାନ୍ଧୀଙ୍କ ଫଟୋ ସ୍ଥାନରେ ଅନ୍ୟ କୌଣସି ମହାପୁରୁଷଙ୍କ ଫଟୋ ନୋଟରେ ନଛାପିବାକୁ ନିଷ୍ପତ୍ତି ନେଇଛି । କାରଣ କୌଣସି ବି ନେତା ଗାନ୍ଧୀଜୀଙ୍କ ଭଳି ଦେଶର ସ୍ୱଭାବକୁ ପ୍ରତିନିଧିତ୍ୱ କରିପାରିବେ ନାହିଁ ବୋଲି ଜେଟଲୀ ଲୋକସଭାରେ କହିଥିଲେ ।
ଅନ୍ୟପଟେ ଭାରତୀୟ ମୁଦ୍ରାର ଇତିହାସ କହେ କି ଦେଶ ୧୯୪୭ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଲାଭ କଲା । ହେଲେ ୧୯୫୦ ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ବୋଲି ଘୋଷଣା କରାଗଲା । ସେପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ପୂର୍ବ ପ୍ରଚଳିତ ମୁଦ୍ରା ଜାରି କରୁଥିଲା । ରିଜର୍ଭ ବ୍ୟାଙ୍କର ୱେବସାଇଟ୍ ମୁତାବକ ସରକାର ପ୍ରଥମ ଥର ୧୯୪୯ ମସିହାରେ ୧ ଟଙ୍କିଆ ନୋଟକୁ ନୂଆ ଡିଜାଇନରେ ବଜାରକୁ ଛାଡିଲା । ସେ ସମୟରେ ଏହି ୧ ଟଙ୍କିଆ ନୋଟରେ ବ୍ରିଟେନ ମହାରାଜାଙ୍କ ଛବି ଛପା ଯାଉଥିଲା ।
ଏକ ରିପୋର୍ଟ ମୁତାବକ ସେ ସମୟରେ ସହମତି ପ୍ରକାଶ ପାଇଲା ଯେ ବ୍ରିଟେନ ମହାରାଜାଙ୍କ ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଛପା ଯିବା ଦରକାର । ହେଲେ ଏହାକୁ ନେଇ କିଛି ବିବାଦ ଦେଖାଦେଲା ଫଳରେ ଭାରତୀୟ ମୁଦ୍ରାରେ ଅଶୋକ ସ୍ତମ୍ଭର ଫଟୋ ଛପାଗଲା ।
୧୯୫୦ ମସିହାରେ ପ୍ରଥମ ଥର ୨,୫,୧୦ ଓ ୧୦୦ ନୋଟ ଛପାଗଲା । ଏହିସବୁ ନୋଟରେ ଅଶୋକ ସ୍ତମ୍ଭର ଛବି ଛପା ଯାଇଥିଲା । ଏହାପରେ ୧୯୫୪ ମସିହାରେ ପ୍ରଥମଥର ପାଇଁ ୧ ହଜାର, ୨ ହଜାର ଓ ୧୦ ହଜାର ନୋଟ ଛପାଗଲା । ହେଲେ ୧୯୭୮ ରେ ଏସବୁ ନୋଟକୁ ନୋଟବନ୍ଦୀ କରାଗଲା । ଅର୍ଥାତ ଏହାକୁ ଅଚଳ କରିଦିଆଗଲା ।
୧୯୬୯ ମସିହାରେ ମହାତ୍ମା ଗାନ୍ଧୀଙ୍କ ୧୦୦ ତମ ଜନ୍ମଦିନରେ ପ୍ରଥମଥର ପାଇଁ ଭାରତୀୟ ମୁଦ୍ରାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଛପାଗଲା । ଏଥିରେ ମହାତ୍ମା ଗାନ୍ଧୀଙ୍କର ବସିଥିବା ଫଟୋ ଦେଖିବାକୁ ମଳିଲା । ଏହା ପଛରେ ସେବାଗ୍ରାମର ଫଟୋ ରହିଥିଲା ।
୧୯୭୨ ମସିହାରେ ରିଜର୍ଭ ବ୍ୟାଙ୍କ ତରଫରୁ ୨୦ ଟଙ୍କିଆ, ଓ ୧୯୭୫ ମସିହାରେ ୫୦ ଟଙ୍କିଆ ନୋଟ ଜାରି କରାଯାଇଥିଲା । ସେପଟେ ୧୯୮୦ ମସିହା ବେଳକୁ ନୂଆ ସିରିଜର ନୋଟ ଜାରି କରାଗଲା । ୧ ଟଙ୍କିଆ ନୋଟରରେ ତେଲ କୁଅ, ୨ ଟଙ୍କିଆ ନୋଟରେ ଆର୍ଯ୍ୟଭଟ୍ଟଙ୍କ ଫଟୋ ରହିଲା । ୫ ଟଙ୍କିଆ ନୋଟରେ ଟ୍ରାକ୍ଟର ଓ ୧୦ ଟଙ୍କିଆ ନୋଟରେ କୋଣାର୍କ ମନ୍ଦିରର ଚକ୍ର ଚିହ୍ନ ଛପାଗଲା ।
୮୦ ଦଶକ ପରେ ଦେଶର ଅର୍ଥବ୍ୟବସ୍ଥା ବୃଦ୍ଧି ପାଇବାରେ ଲାଗିଲା । ଲୋକମାନଙ୍କର କିଣିବାର କ୍ଷମତା ବୃଦ୍ଧି ପାଇଲା । ଏହାକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ୫୦୦ ଟଙ୍କିଆ ନୋଟ ଜାରିଲା । ଏଥିରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ରଖାଗଲା । ହେଲେ ତୈଳଚିତ୍ରରେ ଅଶୋକ ସ୍ତମ୍ଭ ମଧ୍ୟ ରଖାଗଲା ।
ଏହାପରେ ୧୯୯୬ ମସିହାରେ ରିଜର୍ଭ ବ୍ୟାଙ୍କ ତରଫରୁ ଅନେକ ସୁରକ୍ଷା ବ୍ୟବସ୍ଥା ଥିବା ମହାତ୍ମା ଗାନ୍ଧୀ ସିରିଜର ନୋଟ୍ ଜାରିକଲା । ଏହାସହ ତୈଳଚିତ୍ର ବି ବଦଳାଇ ଦେଲା । ଏଥିରେ ଏଭଳି ଫିଚର ରହିଲା କି ନେତ୍ରହୀନ ମଧ୍ୟ ନୋଟକୁ ଚିହ୍ନି ପାରିବ ।
୨୦୦୦ ମସିହା ଅକ୍ଟୋବର ମାସରେ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ ଜାରିଗଲା । ସେପଟେ ୨୦୧୬ ରେ ହୋଇଥିବା ବିମୁଦ୍ରିକରଣ ବେଳେ ମହାତ୍ମା ଗାନ୍ଧୀ ସିରିଜର ୫୦୦ ଓ ୧ ହଜାର ଟଙ୍କିଆ ନୋଟକୁ ଅଚଳ କରିଦିଆଗଲା । ଯେଉଁ ନୂଆ ୨ ହଜାର ଟଙ୍କିଆ ନୋଟ ଛପାଗଲା ସେଥିରେ ମହାତ୍ମା ଗାନ୍ଧୀଙ୍କର ଫଟୋ ମଧ୍ୟ ରହିଲା ।