ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ରେ ପ୍ରକାଶ ପାଇଲା ବିଜ୍ଞପ୍ତି , SBI କ୍ଲର୍କ ପୋଷ୍ଟ ପାଇଁ ୮୦୦୦ ରୁ ଅଧିକ ପଦବୀ

କେଉଁମାନେ କରିପାରିବେ ଆବେଦନ ?

କେମିତି କରିବେ ଆବେଦନ ?

ର୍ଗସ ବ୍ୟୁରୋ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ରେ ପ୍ରକାଶ ପାଇଲା ବିଜ୍ଞପ୍ତି । ଶହେ କି ହଜାରେ ନୁହେଁ ବରଂ ୮୦୦୦ ରୁ ଅଧିକ ପଦବୀ ପୂରଣ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୭ନଭେମ୍ବର ୨୦୨୩ ରୁ SBI କ୍ଲର୍କ ପୋଷ୍ଟ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି । ଯେଉଁମାନେ ଯୋଗ୍ୟ ସେମାନେ ଏହି ପଦ ଲାଗି ଆବେଦନ କରିପାରିବେ ବୋଲି କୁହାଯାଇଛି । SBI.co.in କୁ ଯାଇ ଅନଲାଇନ୍ ଆବେଦନ କରିପାରିବେ ଆବେଦନକାରୀ ।

ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କ୍ଲର୍କ ପଦବୀ ପାଇଁ ମୋଟ ୮୨୮୩ଟି ପଦବୀ ପୂରଣ ହେବ । ଏଥିରେ ସାଧାରଣ ବର୍ଗର ୩୫୧୫ଟି ପୋଷ୍ଟ, OBC ର ୧୯୧୯ ଟି ପୋଷ୍ଟ EWS ର ୮୧୭ ଟି ପୋଷ୍ଟ, SC ର ୧୨୮୪ ଟି ପୋଷ୍ଟ ଏବଂ ST ବର୍ଗର ୭୪୮ଟି ପୋଷ୍ଟ ରହିଛି । ତେବେ ଏହି ଅନଲାଇନ୍ ଆବେଦନ ୧୭ନଭେମ୍ବରରୁ ଆରମ୍ଭ ହୋଇ ୧୭ଡିସେମ୍ବର ୨୦୨୩ରେ ଶେଷ ହେବ ବୋଲି ଜଣାପଡିଛି । ଆବେଦନ ହେବା ପରେ ପ୍ରଥମ ପର୍ଯ୍ୟାୟ ପ୍ରିଲିମସ୍ ପରୀକ୍ଷା ଆସନ୍ତା ଜାନୁୟାରୀ ରେ ଆରମ୍ଭ ହେବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଫେବୃଆରୀ ୨୦୨୪ ରେ ହେବ।

ଆଗ୍ରହୀ ପ୍ରାର୍ଥୀମାନେ ବିଶ୍ୱବିଦ୍ୟାଳୟରୁ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ଵାରା ସମାନ ଯୋଗ୍ୟତା ଅନୁଯାୟୀ ସ୍ନାତକୋତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କ ବୟସ ସୀମା ୨୦ବର୍ଷରୁ ୨୮ ବର୍ଷ ମଧ୍ୟରେ ହେବା ଉଚିତ୍ । ଯଦି ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ବିଷୟରେ ଅଧିକ ସୂଚନା ପାଇବାକୁ ପ୍ରାର୍ଥୀମାନେ ଚାହାନ୍ତି ତେବେ SBI କ୍ଲର୍କ ନିଯୁକ୍ତି ବିଜ୍ଞପ୍ତି ପଢି ସୂଚନା ପାଇ ପାରିବେ। ଏହି ଫର୍ମ ପୂରଣ ପାଇଁ ଜେନେରାଲ୍, ଓବିସି, ଇଡବ୍ଲୁଏସ୍ ବର୍ଗର ପ୍ରାର୍ଥୀଙ୍କୁ ୭୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ । ସେହିପରି ଏସସି, ଏସଟି ଏବଂ ଅନ୍ୟାନ୍ୟ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବନି ।

ପ୍ରଥମେ SBI ର ଅଫିସିଆଲ୍ ୱେବସାଇଟ୍ sbi.co.in ର ପ୍ରଥମ ପୃଷ୍ଠାରେ ଥିବା SBI କ୍ଲର୍କ ନିଯୁକ୍ତି ୨୦୨୩ ଲିଙ୍କରେ କ୍ଲିକ୍ କରିବେ । ପରେ ଦିଆଯାଇଥିବା ବିବରଣୀ ଦେଇ ରେଜିଷ୍ଟ୍ରେସନ କରିବେ ଏବଂ ସବମିଟ୍ କରିବେ । ଇମେଲ ID ରେ ରେଜିଷ୍ଟ୍ରେସନ ପ୍ରମାଣପତ୍ର ଆସିଯିବ , ଯାହା ସାହାଯ୍ୟରେ ଆପଣ ଲଗ୍ ଇନ୍ କରିପାରିବେ ଏବଂ ଆବେଦନ ଫର୍ମ ମଧ୍ୟ ପୂରଣ କରିପାରିବେ ।

ଅର୍ଗସ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନା,ମଧ୍ୟପ୍ରଦେଶ,ଛତିଶଗଡ,ରାଜସ୍ଥାନରେ ହେଉଥିବା ବିଧାନସଭା ଇଲେକ୍ସନକୁ ସେମିଫାଇନାଲ ଭାବେ ଦେଖୁଛି ଭାରତୀୟ ଜନତା ପାର୍ଟି। ଅନୁମାନ କରାଯାଉଛି ଯେ ମଧ୍ୟପ୍ରଦେଶ,ଛତିଶଗଡ ଏବଂ ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି ବହୁମତରେ ସରକାର ଗଠନ କରିବ ତେବେ ନିଜେ ମୋଦି ବିଜେପିର ପ୍ରଚାରରେ ଲାଗିପଡିଛନ୍ତି। ୨୦୨୪ରେ ଅନ୍ୟ ରାଜ୍ୟ ସମେତ ଓଡିଶାରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଥରେ ମନେପକାନ୍ତୁ ପଶ୍ଚିମବଙ୍ଗ ନିର୍ବାଚନ କଥା ପଡୋଶୀ ଆସାମ ଓ ସିକିମରେ ବିଜେପିର ସରକାର ଯାହା ପଶ୍ଚିମବଙ୍ଗର ରାଜନୀତିକୁ ବହୁତ ପ୍ରଭାବିତ କରିଥିଲା। ଯେଉଁ ନିର୍ବାଚନ ମଣ୍ଡଳୀ ଗୁଡିକ ପଡୋଶୀ ବିଜେପି ଶାସିତ ରାଜ୍ୟକୁ ଲାଗି କରିଥିଲା ସେଠି ବିଜେପିର ପଲ୍ଲା ଭାରି ରହିଥିଲା ।

ତେବେ ଆଗାମୀ ଡ଼ିସେମ୍ବରରେ ଆସିବାକୁ ଥିବା ୫ ରାଜ୍ୟର ନିର୍ବାଚନ ଫଳାଫଳ ବିଜେପି ଅପେକ୍ଷା ବିଜେଡି ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ଯଦି ଛତିଶଗଡରେ ବିଜେପି ସରକାର କରେ ତେବେ ତାର ସିଧା ପ୍ରଭାବ ଓଡିଶା ଉପରେ ପଡିବ। ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଜେପି ଏ ନିର୍ବାଚନରେ ଅନେକ ଲୋକସଭା ସାଂସଦଙ୍କୁ ବିଧାନ ସଭା ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଛି । ତେବେ ବିଜେଡି ପାଇଁ ସବୁଠୁ ବଡ ବିପଦ ହେଉଛି ଧର୍ମେନ୍ଦ୍ର ପ୍ରଧାନ ଯେହେତୁ ସେ ନିଜେ ଏଥର ଓଡିଶାରୁ ନିର୍ବାଚନରେ ଲଢ଼ିବା ନେଇ ଚର୍ଚ୍ଚା ହେଉଛି । ଜାନୁୟାରୀରେ ରାମମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି ଏହା ମଧ୍ୟ ଅନେକ ଭୋଟରଙ୍କୁ ବିଜେପି ପ୍ରତି ଆକୃଷ୍ଟ କରିବ ଏଥିରେ ସନ୍ଦେହ ନାହିଁ। ୫ ରାଜ୍ୟର ଫଳାଫଳ ଆସିଲା ପରେ ରାଜ୍ୟ ବିଜେପି ତାର ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିବ ।

ଅନ୍ୟପଟେ ଦେଶରେ ବଢୁଥିବା ବିଜେପିର ଭୋଟ ହାର ରାଜ୍ୟ ବିଜେଡି ପାଇଁ ବଡ ଚିନ୍ତାର ବିଷୟ ପାଲଟିଛି। ତେବେ ଦୀର୍ଘ ଦିନର ବିଜେଡି ସରକାର ପରିବର୍ତ୍ତନ ହେବା ଦରକାର ବୋଲି ସାଧାରଣରେ ଚର୍ଚ୍ଚା ଜୋରେ ଚାଲିଛି।

କଟକ : ଦୀର୍ଘ ୪୬ ବର୍ଷ ପରେ ଜଣେ ୯୧ ବର୍ଷୀୟ ବୃଦ୍ଧା ମହିଳାଙ୍କୁ ହାଇକୋର୍ଟରୁ ମିଳିଲା ନ୍ୟାୟ। ସ୍ବାମୀଙ୍କ ମୃତ୍ୟୁର ୪୬ ବର୍ଷ ପରେ ୯୧ ବର୍ଷୀୟ ବୃଦ୍ଧାଙ୍କୁ ଆସନ୍ତା ଦୁଇ ମାସ ମଧ୍ୟରେ ପେନସନ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରିବାର ପେନସନ ପାଇବା ପାଇଁ ଯେଉଁ ତାରିଖ ଠାରୁ ସେ ଯୋଗ୍ୟ ଅଛନ୍ତି, ସେହି ତାରିଖ ଠାରୁ ତାଙ୍କୁ ବକେୟା ପ୍ରାପ୍ୟ ମିଳିବ। ୨୬ ଅଗଷ୍ଟ ୧୯୭୭ ରେ ନିଜ ସ୍ୱାମୀକୁ ହରେଇ ଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ପଳେଇ କନ୍ଦରପୁର ଅଞ୍ଚଳର ହର ସାହୁ।

ଏହା ପରେ ପରିବାର ପେନସନ ପାଇବା ପାଇଁ ତାଙ୍କ ପତ୍ନୀ ହର ସାହୁ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେ। ହେଲେ ତାଙ୍କୁ ପେନସନ ମିଳିଲା ନାହିଁ। ଶେଷରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

କନ୍ଧମାଳ : ଜଳିଗଲା ଚା ଦୋକାନ। ଲକ୍ଷାଧିକ ଟଙ୍କାର ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଗଲା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି 59 ନମ୍ବର ଜାତୀୟ ରାଜପଥର ପାର୍ଶ୍ବ ରେ ବାଲିଗୁଡ଼ା NAC ର ଚେକ୍ ଗେଟ ନିକଟ ରେ । ସୂଚନା ଅନୁଯାୟୀ ଗତକାଲି ରାତି 9 ଟା ପରେ ଚା ଦୋକାନୀ ସୁବାଷ ପାତ୍ର ଦୋକାନ ବନ୍ଦ କରି ଘରକୁ ଯାଇଥିଲେ।

ପାଖାପାଖି ରାତି 11 ଟା ସମୟ ରେ ଦୋକାନ ଭିତରୁ ଧୂଆଁ ବାହାରୁଥିବା ଦେଖି ପଡ଼ୋଶୀ ଦୋକାନୀ ମାନେ ଏକତ୍ରିତ ହୋଇ ନିଆଁ ଲିଭାଇବା ପାଇଁ ପ୍ରୟାସ କରି ଥିଲେ ଓ ବାଲିଗୁଡ଼ା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଲିଭାଇ ଥିଲେ କିନ୍ତୁ ନିଆଁ ଲିଭାଇବା ବେଳ କୁ ଦୋକାନ ଭିତରେ ଥିବା ନୂଆ ଫ୍ରିଜ୍ ଓ ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା।

Leave a Reply

Your email address will not be published. Required fields are marked *