ନୂଆଦିଲ୍ଲୀ: ‘ଆଇସିସି କ୍ରିକେଟ୍ ବିଶ୍ବକପ୍’ରେ ଯଦି ଭାରତ ଅଷ୍ଟ୍ରେଲିଆ ଉପରେ ବିଜୟ ହାସଲ କରେ ତେବେ ‘ଆଷ୍ଟ୍ରୋଟକ୍’ ବ୍ୟବହାରକାରୀଙ୍କ ମଧ୍ୟରେ ୧୦୦ କୋଟି ଟଙ୍କା ବଣ୍ଟନ କରିବେ ବୋଲି ପ୍ରତିଷ୍ଠାନର ‘ସିଇଓ’ ପୁନୀତ ଗୁପ୍ତା ଶନିବାର ଦିନ କହିଛନ୍ତି।
୨୦୧୧ରେ ଭାରତର ବିଶ୍ବକପ୍ ବିଜୟ ସଂକ୍ରାନ୍ତରେ ପୁନୀତ କହିଛନ୍ତି, ୨୦୧୧ରେ ଭାରତ ବିଶ୍ବକପ୍ ଜିଣିବା ବେଳେ ମୁଁ କଲେଜରେ ପଢୁଥିଲି। ସେ ଦିନଟି ଥିଲା ମୋ ଜୀବନର ସବୁଠୁ ଆନନ୍ଦଦାୟକ ଦିନମାନଙ୍କରୁ ଗୋଟାଏ।
ଭାରତର ବିଜୟୋତ୍ସବ ପାଳନ ଲାଗି ଚଣ୍ଡୀଗଡ଼ରେ ବାଇକ୍ ରାଇଡ୍, ପ୍ରତି ଗୋଲେଇ ଛକରେ ଭାଙ୍ଗ୍ଡ଼ା ନୃତ୍ୟ ହୋଇଥିଲା ଓ ବାଟରେ ଯିଏ ଯାହାକୁ ଦେଖିଲା କୋଳାଇ ପକାଇଲା। ଏହା ଗୋଟାଏ ଅବିସ୍ମରଣୀୟ ଅନୁଭୂତି ବୋଲି ସେ କହିଛନ୍ତି।