ଭାରତ ମିଡ଼ିଆ ଆସସେସିଆନ ସଙ୍ଘର ନୂତନ ସଭାପତି ଚୟନ

ଫୋକସ ପ୍ଲସ(କୋରାପୁଟ)୨୮/୦୮/୨୦୨୨: କୋରାପୁଟ ଜିଲ୍ଲା କୋଟପାଡ଼ ଠାରେ ଆଜି ଭାରତ ମିଡ଼ିଆ ଆସସେଶୀୟନ ସାମ୍ବାଦିକ ସଙ୍ଘର କରାଯାଇଅଛି l ସୂଚନା ଅନୁଯାୟୀ ସଙ୍ଘ ଗଠିତ ହୋଇ ଏକବର୍ଷ ପୂରଣ ହେବା ପରେ ପୂର୍ବ ଗଠିତ କମିଟିକୁ ଭଙ୍ଗକରି ନୂତନ କମିଟି ସ୍ଥାପନ କରାଯାଇଛି l ପୂର୍ଵ ସଭାପତି ଶ୍ରୀ ହରିଶ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଗତମାସରେ ସମାପ୍ତ ହୋଇଯାଇଥିଲା, ତେଣୁ ସଙ୍ଘର ଆଗକୁ ନେବାପାଇଁ ନୂତନ କମିଟିର ଗଠନ ଅତ୍ୟନ୍ତ ଜରୁରୀ ଥିଲା l ଆଜି ସଙ୍ଘର ଆଇନ ପରମର୍ଶ ଦାତାଙ୍କ ସହ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା l ସଭାପତି ପଦ ପାଇଁ ଶ୍ରୀ ସୁନୀଲ କୁମାର ଦାସ ଓ ଶ୍ରୀ ଅଜୟ କୁମାର ମିଶ୍ର ଦୁହେଁ ଦାବିଦାର ଥିବାବେଳେ ଲଟେରୀ ମlଧ୍ୟମରେ ଶ୍ରୀ ଅଜୟ କୁମାର ମିଶ୍ର ସଙ୍ଘର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ l ଅନ୍ୟ ପକ୍ଷରେ ଉପସଭାପତି ଭାବରେ ଶ୍ରୀ ସୁନୀଲ କୁମାର ଦାସ ସର୍ବସମତି କ୍ରମେ ଚୟନ କରାଯlଇଥିଲା, ସମ୍ପାଦକ ଭାବେ ଶ୍ରୀ ବୀର କିଶୋର ଶର୍ମା, ଯୁଗ୍ମ ସମ୍ପାଦକ ଭାବେ ଶ୍ରୀ ଲଳିତେନ୍ଦୁ ରଥ, ଶ୍ରୀ ତୁଳାରାମ ପୂଜାରୀ, କୋଷାଦୋକ୍ଷ ରୂପରେ ଶ୍ରୀ ସୁଧୀର କୁମାର ବରାଳ ପ୍ରମୁଖ ସଙ୍ଘର ସଦସ୍ୟ ସମସ୍ତଙ୍କ ଉପସ୍ଥିତରେ ଚୟନ କରାଯାଇଥିଲା l ଆଇନ ପରlମର୍ଶଦାତା ସ୍ୱରୂପ ଶ୍ରୀ ରାମେଶ୍ୱର ଜେନା, ଉପଦେଷ୍ଟା ଭାବେ ଶ୍ରୀ ହରିଶ ପଟ୍ଟନାୟକ, ଶ୍ରୀ ରୁପୁଭତ୍ରl, ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ସମସ୍ତ ସଦସ୍ୟଙ୍କ ସମତିରେ ନିର୍ଦ୍ୱନ୍ଦରେ ଚୟନ କରାଯlଇଥିଲା l ଶେଷରେ ନିରପେକ୍ଷ ଓ ସ୍ୱାଧୀନ ଭାବରେ ଖବର ପରିବେଶଣ କରିବା ପାଇଁ ସଙ୍ଘ ସାମ୍ବାଦିକ ପ୍ରତିଶୃତି ଦେଇଥିଲେ l

Leave a Reply

Your email address will not be published. Required fields are marked *