ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟିଲା ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଫୋକସ ପ୍ଲସ(ଗଜପତି): ଗଜପତି ଜିଲ୍ଲା ମୋହନା ଥାନା ରାଇସିଙ୍ଗ ଘାଟିରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ।ଏକ ଯାତ୍ରୀବାହୀ ବସ୍‌ ଘାଟି ତଳକୁ ଓଲଟି ପଡ଼ିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସରେ ଥିବା ୨୩ ଯାତ୍ରୀ ।ସୂଚନା ମୁତାବକ, ଗତ ରାତିରେ ରାୟଗଡାର ଆମ୍ବାଦୁଲାରୁ ବ୍ରହ୍ମପୁର ଅଭିମୁଖେ ‘କାମଧେନୁ’ ନାମକ ଘରୋଇ ବସ୍‌ଟି ବାହାରିଥିଲା ।ବସ୍‌ରେ ପ୍ରାୟ ୨୦ରୁ ଅଧିକ ଯାତ୍ରୀ ରହିଥିଲେ ।ରାତି ପ୍ରାୟ ୩ଟା ପରେ ଗାଡ଼ିଟି ରାଇସିଙ୍ଗ ଘାଟି ଅତିକ୍ରମ କରୁଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ଡାହାଣ ପାର୍ଶ୍ୱକୁ ଓଲଟି ପଡ଼ିଥିଲା ।ତେବେ ଏନେଇ ଖବର ପାଇ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପୋଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ସହିତ ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ କେହି ଆହତ ହୋଇ ନଥିବା ଜଣାପଡ଼ିଛି। ସମସ୍ତ ଯାତ୍ରୀ ବ୍ରହ୍ମପୁର ଓ ଦିଗପହଣ୍ଡି ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ ଅନ୍ୟ ଗାଡ଼ି ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଇ ।ପୋଲିସ୍‌ ଗାଡ଼ିଟିକୁ ଜବତ କରିବା ସହିତ କେଉଁ ପରିସ୍ଥିତିରେ ଏଭଳି ଏକ ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଛି।

ଗଜପତିରୁ ସୁଶାନ୍ତ ମାଳିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *