ଭାରସାମ୍ୟ ହରେଇ ଦୁର୍ଘଟଣାଗ୍ରସ୍ତ କାର, ୩ ଆହତ

ଫୋକସ ପ୍ଲସ(ଉଦୟଗିରି)୦୯ /୦୮/୨୦୨୨: କଳିଙ୍ଗା ଡିଏଭି ନିକଟରେ ଭାରସାମ୍ୟ ହରେଇ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ବାଲିଗୁଡା ଠାରୁ ବ୍ରହ୍ମପୁର ଏକ କାର ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଉଲଟି ପଡ଼ିଥିଲା ।କାର ମଧ୍ୟରେ ଜଣେ ନାବାଳକ ସମେତ ଦୁଇ ମହିଳା ଯାତ୍ରା କରୁଥିବା ସୂଚନା ମିଳିଛି ।ସେମାନଙ୍କ ମଧ୍ୟରୁ ସଞ୍ଜିତା ପତି (୪୦)ଆଶାଲତା ପତି (୮୫) ଓ ଜଣେ ୧୩ ବର୍ଷର ବାଳକ ରହିଛନ୍ତି ।ଡ୍ରାଇଭର ବିକାଶ ଯାଦବ,ବୟସ ୨୨, ସୁଇଫଟ୍ ଡିଯାଇର (ଓଡ଼ି ୦୨ବିପି ୭୦୭୬) ଧଳା ରଙ୍ଗର କାର ଚଳାଉଥିଲେ କିନ୍ତୁ ଗାଡି ପପୁନ ବାଇଥାରୁଙ୍କ ନାମରେ ରହିଥିବା ସୂଚନା ମିଳିଛି ଯାହାକି ବ୍ୟକ୍ତିଗତ ନାମରେ ଗାଡି ରହିଥିବା ବେଳେ ସେ ଭଡ଼ାରେ ଉକ୍ତ ଡ୍ରାଇଭର ଦ୍ବାରା ବ୍ରହ୍ମପୁର ଯାଉଥିଲେ ।ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ସମସ୍ତଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସ ଦ୍ବାରା ଅଣାଯାଇଥିଲା ।ଆହତଙ୍କ ମଧ୍ୟରୁ ଜଣେ ୮୫ ବର୍ଷର ବୃଦ୍ଧ ମହିଳାଙ୍କ ମୁଣ୍ଡରେ ଆଘାତ ଯୋଗୁଁ ଗରୁତର ଆହତ ହୋଇଥିବା ବେଳେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିବା ସୂଚନା ରହିଛି ।ବାଲିଗୁଡା କୋର୍ଟର ଜଣେ ସରକାରୀ ଓକିଲଙ୍କ ପରିବାର ସଦସ୍ୟ ବୋଲି ଜଣା ପଡିଛି ।

Leave a Reply

Your email address will not be published. Required fields are marked *