ଭାଲୁ ଆତଙ୍କରେ ଗ୍ରାମବାସୀ

ଫୋକସ ପ୍ଲସ(ବଡ଼ଚଣାରୁ)୨୫/୦୮/୨୦୨୨: ବଡ଼ଚଣା ବ୍ଲକ ଅନ୍ତର୍ଗତ ସିହା ପଞ୍ଚାୟତ ର କମ୍ପିରା ଗ୍ରାମରେ ଜଙ୍ଗଲୀ ଭାଲୁ ଆତଙ୍କ ସୃଷ୍ଟି କରିଛିସ୍ଥାନୀୟ ବାସିନ୍ଦା ଙ୍କ କହିବା କଥା ଦୁଇ ମାସ ହେବ ଗୋଟିଏ ଜଙ୍ଗଲୀ ଭାଲୁ ଓ ତାହାର ଦୁଇ ଛୁଆ କୁ ନେଇ ପାଖ ଜଙ୍ଗଲରୁ ଆସି ପାଖ ଗ୍ରାମରେ ପଶି ଯାଇଛି, ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ ଜଣାଇଲେ ମଧ୍ୟ, ଚଣ୍ଡିଖୋଲ ବନ ବିଭାଗ କୌଣସି ମତେ କର୍ଣ୍ଣ ପାତ କରୁନାହାନ୍ତି, ଗ୍ରାମର ଝିଅ ବୋହୁ ମାନେ ବାହାରକୁ ଯାଇପାରୁନାହାନ୍ତି, କି ଚାଷ ବିଲକୁ ଚାଷୀ ଭାଇ ମାନେ ଯାଇପାରୁନାହାନ୍ତୁ, କାହିଁକି ଚଣ୍ଡିଖୋଲ ବନ ଅଧିକାରୀ ଏଥିପତି ଗୁରୁତ୍ୱର ଦେଉନାହାନ୍ତି, ଏଠି କହିରଖୁଛୁ ଯେ କିଛି ଦିନ ତଳେ ଭୂଷଣ୍ଡପୁର ପଞ୍ଚାୟତ ର ଖଟୁଆପଡା, ଗ୍ରାମରେ ଏକ ଜଙ୍ଗଲୀ ବାରାହା ପଶି ଯାଇଥିଲା, ଓ ଜଣେ ସେହି ଗ୍ରାମର ଯୁବକ ପାଖ ପୋଖରୀକୁ ଗାଧୋଇ ଯିବା ସମୟରେ ତାଙ୍କୁ ଆକ୍ରମଣ କରିଥିଲା, ଯାହା ତାଙ୍କର ବାମ ଗୋଡ଼ଟିରୁ ମାଂସ ଉଠାଇ ଦେଇଥିଲା, କାହିଁକି ବାରମ୍ବାର ଏମିତି ଘଟୁଛି ବନ ବିଭାଗ ଜାଣିକି ନା ଅଜଣା,ହେଉଛି କାହାର କିଛିବି କ୍ଷେତ୍ତି ହୁଏ ଏଥି ପାଇଁ କିଏ ଦାଈ ରହିବ ଆଜି ଯେଉଁ ଘଟଣା ଘଟିଛି କମ୍ପିରା ଗ୍ରାମେରେ ଭାଲୁ ଟି ଆତଙ୍କ ସୃଷ୍ଟି କରିଛି, ଖବର ପାଇଁ ଚଣ୍ଡିଖୋଲ ବନ ବିଭାଗ ଘଟଣା ପହଁଚି, ଭାଲୁଟିର ଉଦ୍ଧାର କାର୍ଯ୍ୟ ଜାରି ରଖିଛି,ସ୍ଥାନୀୟ ଲୋକଙ୍କ ଦାବି ଯଥା ଶୀଘ୍ର ଜଙ୍ଗଲୀ ଭାଲୁଟିକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ ଶାନ୍ତିରେ ଯାତାୟାତ କରିପାରିବେ |

ବଡ଼ଚଣାରୁ ବିଷ୍ଣୁ ଚରଣ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *