ଫୋକସ ପ୍ଲସ(କମ୍ପିରା)୨୫/୦୮/୨୦୨୨: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସିହା ପଞ୍ଚାୟତ ର କମ୍ପୀରା ଗ୍ରାମରେ ଜଙ୍ଗଲି ଭାଲୁ ଆତଙ୍କ, ଚିନ୍ତାରେ ଗ୍ରାମବାସୀ,ଡାଲି ଯୋଡ଼ା ବନ ଖଣ୍ଡ ଅନ୍ତର୍ଗତ,ଚଣ୍ଡିଖୋଲ ବନ ବିଭାଗ ଗତକାଲି ଭାଲୁଟିକୁ ଧରିବା ପାଇଁ ସକାଳ ସମୟରେ ପହଞ୍ଚି ଥିଲା କମ୍ପିରା ଗ୍ରାମରେ,କିନ୍ତୁ ବଡ଼ ଦୁଃଖର ବିଷୟ ଭାଲୁ ଟିକୁ ଆୟତ କରି ପାରିନଥିଲା,ବନ ବିଭାଗ ପରେ ସନ୍ଦ୍ୟା ସମୟରେ ସମସ୍ତ ଟିମକୁ ନେଇ ଭାଲୁଟିକୁ କାବୁ କରିବାକୁ ଚେଷ୍ଟା କରା ଯାଇଥିଲା ସତ ହେଲେ ସେଥିରେ ବି ସଫଳ ହୋଇ ପାରିଲାନାହିଁ , କିନ୍ତୁ ଯାହା ଡର ଥିଲା ମନରେ ତାହା ହିଁ ଘଟିଲା,ଭାଲୁଟିକୁ ଘୋଡ଼େଇବା ସମୟରେ ସ୍ଥାନୀୟ ଯୁବକଟି ପଡିଯାଇଥିଲା ଭାଲୁ ସାମ୍ନାରେ , ମା ଭାଲୁଟି ଓ ତା ଛୁଆ ଏତେ ଜୋର ରାଗି ଯାଇଥିଲେ ଯେ ଦୁହେଁ,ଯୁବକଟିର ଗୋଡ଼ ହାତଟିକୁ କାମୁଡି, ମାଂସ ଉଠାଇ ଦେଇଥିଲେ ପରେ ଯୁବକ ଙ୍କ ମୁଣ୍ଡକୁ ଆକ୍ରମଣ କରିବାକୁ ଚେଷ୍ଟା କରିବାକୁ ଯାଉଥିବା ସମୟରେ ସ୍ଥାନୀୟ ଲୋକେ ହୋ ହାଲା କଲା ପରେ ଯାଇ ଭାଲୁ ଯୁବକଟିକୁ ଛାଡିଦେଇଥିଲା ,ଯୁବଟିର ନାମ ଶୁଭମ୍ ଦାସ,25ବର୍ଷ,ଘର ଜେନା ପୁର ଥାନା ମହିସରା ଅଞ୍ଚଳର ବୋଲି ଜଣା ପଡିଛି,ଯୁବକ ଜଣକୁ ଘାଇଲା ଓ ରକ୍ତାକ୍ତ ଅବସ୍ଥାରେ ବଡଚଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ କିନ୍ତୁ ଡାକ୍ତର ଯୁବକଟିର ଆବସ୍ଥା ଗୁରୁତ୍ୱର ଦେଖି କଟକ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି |
ବଡ଼ଚଣା ରୁ ବିଷ୍ଣୁ ଚରଣ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ |