ଭାସୁଛି ଗୁଜୁରାଟ

ଗୁଜୁରାଟ : ରାଜଧାନୀ ଦିଲ୍ଲୀ ଭଳି ଗୁଜରାଟରେ ମଧ୍ୟ ଲଗାଣ ବର୍ଷା ଜାରିରହିଛି । ସେଠାରେ ମଧ୍ୟ ଲଗାଣ ବର୍ଷା ହେବା ପରେ ଗମ୍ଭୀର ହୋଇଛି ବନ୍ୟା ସ୍ଥିତି। ଗୁଜୁରାଟରେ ଗତ ୨ ଦିନ ମଧ୍ୟରେ ପ୍ରାୟ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଆସିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ରେସକ୍ୟୁ ଟିମ୍ ଏନଡିଆରଏଫ, ବାୟୁସେନା ଓ ଦମକଳବାହିନୀ ଏ ପର୍ଯ୍ୟନ୍ତ ପାଖାପାଖି ୪୦ ହଜାର ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିସାରିଲେଣି । ବିଶେଷକରି ଗୁଜରାଟର ଜାମନଗର, ଅରବାଲି, ପଞ୍ଚମହଲା, ଦ୍ୱାରକା ମୋର୍ବି, ଭଦୋଦରା, ଭାରୁଚ,ଏବଂ ଡାଙ୍ଗ ଜିଲ୍ଲାରେ ମୁଷଳ ଧାରାରେ ବର୍ଷା ହୋଇଛି।

ତେବେ ଆସନ୍ତାକାଲି ଯାଏ ମଧ୍ୟ ଏହିସବୁ ଜାଗାରେ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ବିଭିନ୍ନ ସ୍ଥାନରେ ବର୍ଷା ପାଣି ଚାଲୁଥିବାରୁ ଗାଡ଼ି ଚଳାଚଳ ସମ୍ପୂର୍ଣ ଭାବରେ ବନ୍ଦ ରହିଛି । ଭଦୋଦରା, ଜାମନଗର, କଚ୍ଛ ଏବଂ ଦ୍ବାରିକା ଅଞ୍ଚଳରେ ସ୍ଥିତି ଅଧିକ ସାଙ୍ଘାତିକ ଥିବାରୁ ସେଠାରେ ସ୍କୁଲ ଗୁଡିକୁ ବନ୍ଦ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ । ପ୍ରବଳ ବର୍ଷାରେ ଜାମନଗରର ରଞ୍ଜିତ ସାଗର ଡ୍ୟାମ୍‌ ଫୁଲିବା ସହ ଜଳସ୍ତର ୨୯ଫୁଟ ଅତିକ୍ରମ କରିବା ପରେ ଡ୍ୟାମ୍‌ରୁ ପାଣି ପ୍ରଖର ସ୍ରୋତରେ ବାହାରୁଛି।

Leave a Reply

Your email address will not be published. Required fields are marked *