ଭିଆଇପି ଷ୍ଟାଟସ ମାଗୁଥିଲା ଝିଅ, ଏବେ ପୁରା ବାଟକୁ ଆସିଗଲା

ବିବାଦରେ ଥିବା IAS ଅଧିକାରୀ ପୂଜା ଖେଡକରଙ୍କୁ ନେଇ ଆସିଲା ଏକ ବଡ ଖବର | ଆଗକୁ ଆଉ ଟ୍ରେନିଂ ନେଇ ପାରିବେନି IAS ପୂଜା ଖେଡକର। ବର୍ତ୍ତମାନ ପୂଜା ଖେଡକରଙ୍କ ଟ୍ରେନିଂକୁ ସ୍ଥଗିତ ରଖାଯାଇଛି। ପ୍ରଶାସନିକ ସେବା ପରୀକ୍ଷାରେ ସାର୍ଟିଫିକେଟ ଜାଲିଆତିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତାଙ୍କ ପ୍ରଶିକ୍ଷଣକୁ ଏବେ ସ୍ଥଗିତ କରି ଦିଆଯାଇଛି।

ଏହାସହ ନିକଟରେ ଭିଆଇପି ଷ୍ଟାଟସ୍ ମାଗିବା ସହ ପଦବୀର ଦୂରୁପୋଯୋଗ କରୁଥିବା ଅଭିଯୋଗରେ ଖେଡକରଙ୍କୁ ମଧ୍ୟ ବଦଳି କରା ଯାଇଥିଲା। ଏହାପରେ ତାଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ସଙ୍ଗୀନ ମାମଲା ସାମ୍ନାକୁ ଆସିବାରେ ଲାଗୁଥିଲା । ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ UPSC ପରୀକ୍ଷାରେ ପାସ୍ କରିଥିବା ଅଭିଯୋଗ ପରେ ବିବାଦ ଆହୁରି ତୀବ୍ର ହୋଇଥିଲା। ବର୍ତ୍ତମାନ ଲାଲ୍ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମି ଅଫ୍ ଆଡମିନିଷ୍ଟ୍ରେସନ ପକ୍ଷରୁ ତାଙ୍କ ଟ୍ରେନିଂ କାର୍ଯ୍ୟକ୍ରମକୁ ସ୍ଥଗିତ କରି ଦିଆଯାଇଛି। ତେବେ ପୂର୍ବରୁ ମଧ୍ୟ MBBS ନିମନ୍ତେ ପୂଜା ନିଜକୁ ଗରିବ ଦର୍ଶାଇ ଜାଲ ପ୍ରମାଣପତ୍ର ଦାଖଲ କରିଥିଲେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *