ଭିକ ମାଗି ଘର ଚଳୁଛି

ଫୋକସ ପ୍ଲସ(ବଡ଼ଚଣା) ୩୧/୦୭/ ୨୦୨୨: ଆଜିକୁ ଦୀର୍ଘ 75 ବର୍ଷ ଦେଶ ସ୍ୱାଧୀନ ହେଲାପରେ ଦେଶରେ ଗରିବ ଙ୍କ ସଂଖ୍ୟା ବୃଦ୍ଧି ପାଉନି, ସରକାର ମାଳା ମାଳ ଯୋଜନ ଗରିବ ଲୋକ ମାନଙ୍କୁ ଦେଉଥିବା ବେଳେ ପ୍ରକୃର୍ତ୍ତଗରିବ ଲୋକଙ୍କ ପାଖରେ ଏହି ଯୋଜନା ପହଂଚି ପାରୁନି, ଏସବୁ ଯୋଜନା ଲାଭର ଫାଇଦା ପାଉଛନ୍ତି, ବଡବଡିଆ ଲୋକମାନେ ଓ ରାଜ ନେତାମାନେ, କଥାରେ ଅଛି ଗରିବ ଯିଏ ମରିବ ସିଏ, ନା ରାସନ କାର୍ଡ, ଭର୍ତ୍ତା, ଘର ଖଣ୍ଡିଏ ମିଳିପାରୁଛି, ଭୋଟ ଟାଇମି ଆସିଲେ ମାଳ ମାଳ ପ୍ରତିଶୃତି ଦିଅନ୍ତି, କିନ୍ତୁ କାମ ସୁନୁ, ଆମେ କହୁଚୁ ଆନନ୍ଦପୁର ବ୍ଲକ ମୋଚିନ୍ଦା ପାଞ୍ଚlୟତ ପଚାଙ୍ଗ ଗ୍ରାମର ଗୋପବନ୍ଧୁ ନାଏକ, ଗୋପବନ୍ଧୁ ଜଣେ ଶାରୀରିକ ଆସକ୍ଷମ ଲୋକ ସେ ଆଜିକୁ ବହୁ ବର୍ଷ ହେବ ଭିକ୍ଷା କରି ତାର ସଂସାର ଚଳାଉଛି, ସେ ଛୁଟl ଗୋଢରେ ଧୀରେ ଖାଲି ପାଦ ରେ ଚାଲି ଚାଲି ଗ୍ରାମର ପହଁଚି ପେଟକୁ ଆହାର ଓ ଘର ଚଳିବା ପାଇଁ ଗାଁ ଗାଁ ବୋଲି ଚାଉଳ ସଂଗ୍ରହ କରି, ଗୁଜୁ ରାଣ ମେଟାଉଛି, ପରିବାର କହିଲେ,ସ୍ୱାମୀ, ସ୍ତ୍ରୀ ଓ ଛୋଟ ଛୋଟ ଛୁଆ  ତାର ସ୍ତ୍ରୀ ବୀଣା ନାଏକ ଲୋକଙ୍କର ଛୋଟ ମୋଟ କାମ କରି ଛୁଆ ଦୁଇଟିକୁ ପାଠ ପଢ଼ାଉଛି, କଉଦିନ କାମ ଭିକ୍ଷା ନ ମିଳିଲେ ସେ ଦିନ ଉପାଶ,ଯେଉଁ ରାସନ ଖଣ୍ଡିକ ଅଛି, ମୁଣ୍ଡ ପିଛା ପାଞ୍ଚ କିଲୋ ମିଳୁଛି, ସେଥିରେ ପୁଣି ଅଭାବ ହେଉଛି, ପରିବାର ଲୋକେ ବିଡ଼ିଓ ପାଖକୁ ଧାଇଁ ଧାଇଁ ନିରାଶ ହୋଇ ବସିଛନ୍ତି,ଆମର ପ୍ରତିନିଧି ଏ ଦୁଃଖ କଷ୍ଟ ସହି ଦେଖି ସହି ନପାରି ମୋଚିନ୍ଦା ସରପଞ୍ଚ ପାଖକୁ ଯାଇ ଏ ବିଷୟ ରେ ଆଲୋଚନା କରିଥିଲେ, ଏବଂ ପ୍ରତିଶୃତି ମଧ୍ୟ ଦେଇଛନ୍ତି, ଆମେ ଯାଇଥିଲୁ ଆନନ୍ଦପୁର ବିଡ଼ିଓ ପାଖକୁ ତାଙ୍କ ସହିତ ଆମେ ସାକ୍ଷାତ ହୋଇନଥିଲା, ଆମର ମୋଚିନ୍ଦା ସରପଞ୍ଚ ଖୁବ ଶୀଘ୍ର ତଦନ୍ତ କରି ତାକୁ ଉପଯୁକ୍ତ ସାହାଯ୍ୟ ମିଳିବ ବୋଲି ପତିଶୃତି ଦେଇଛନ୍ତି,

 

ବିୟୁରୋ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *