ଭିଜିଲାନ୍ସ ଜାଲରେ ବୌଦ୍ଧ RTO ବସନ୍ତ ମହାପାତ୍ର ।

ବୌଦ୍ଧ୧୫/୦୨/୨୦୨୪: ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢଉ ଚାଲିଛି। ଭୁବନେଶ୍ବର, ବୌଦ୍ଧ ଓ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର , ଭଞ୍ଜନଗର ଏପରିକି ୧୦ଟି ସ୍ଥାନରେ ଚଢଉ ଚାଲିଛି। ଭଡା ଘର, ଅଫିସ୍ , ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ବିଭାଗ ରେଡ୍ ଜାରି ରଖିଛି। ତେବେ ଏହି ଟିମରେ ଦୁଇ ଜଣ ଅତିରିକ୍ତ ଏସପି, ୬ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ସାମିଲ ରହିଛନ୍ତି। ଭୁବନେଶ୍ବର ପାହାଳସ୍ଥିତ ଉତ୍କଳ ସିଗନେଚରରେ ଥିବା ତୃତୀୟ ମହଲା ଘର, ଗୌତମନଗର ଉତ୍କଳ କନିକା ଗ୍ୟାଲେରିଆରେ ଥିବା ସର୍ପିଂ ମଲ୍ , କଳ୍ପନା, କଳାରାହାଙ୍ଗ , ଶୈଳଶ୍ରୀ ବିହାର ଏବଂ ମଞ୍ଚେଶ୍ବରରେ ଥିବା ଆର୍ପାଟମେଣ୍ଟର ଚଢଉ ଚାଲିଛି। ଏପରିକି ଗଞ୍ଜାମ ଭଞ୍ଜନଗରରେ ଥିବା ପୈତୃକ ଘର ଏବଂ ବ୍ରହ୍ମପୁର କମାପଲ୍ଲୀରେ ବି ଚଢଉ କରୁଛି ଭିଜିଲାନ୍ସ ଟିମ୍।

Leave a Reply

Your email address will not be published. Required fields are marked *