ଭିଜିଲାନ୍ସ ଜାଲରେ ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ

ସୋନପୁର: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ମୂର୍ତ୍ତିକା ସଂରକ୍ଷଣ ପରିଦର୍ଶକ ସୁଧାଂଶୁ ଶେଖର ରଣା। ଆଜି ୧୧ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ପ୍ରକଲ୍ପର ବିଲ୍ କରିଦେବା ପାଇଁ ରାମଚନ୍ଦ୍ର ମହାକୁଡ଼ ନାମକ ଜଣେ ବ୍ୟକ୍ତିଙ୍କୁ ସେ ୧୧ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ରାମଚନ୍ଦ୍ର ସୋନପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ।

ଭିଜିଲାନ୍ସ ଟିମ ଯୋଜନା ମୁତାବକ ରାମଚନ୍ଦ୍ରଙ୍କଠାରୁ ମୂର୍ତ୍ତିକା ସଂରକ୍ଷଣ ପରିଦର୍ଶକ ସୁଧାଂଶୁ ଶେଖର ରଣା ସୋନପୁର ସହରର ପଟାଭାଡ଼ିଠାରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ତାଙ୍କୁ ସୋନପୁର ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରାଯାଉଛି। ତେବେ ତାଙ୍କର ସ୍ଥାବର ଅସ୍ଥାବର୍ ସମ୍ପତ୍ତି ଉପରେ ଯାଞ୍ଚ କରୁଛି ଟିମ୍।

Leave a Reply

Your email address will not be published. Required fields are marked *