ଭିଜିଲାନ୍ସ ରେଡ || FocusPlus

ଫୋକସ ପ୍ଲସ 27/12/2022(ଭୁବନେଶ୍ୱର): ରାଜ୍ୟରେ ଦୁର୍ନୀତିର ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି ।ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଗତସିଂହପୁର ଡେପୁଟି କଲେକ୍ଟର ।ଖବର ମୁତାବକ ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିତ୍ତରଞ୍ଜନଙ୍କ ଘରେ ଚଢ଼ାଉ ହୋଇଛି ।ଏକସଙ୍ଗେ ୯ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର, ବାଲେଶ୍ୱର, ସୋନପୁର, ଜଗତସିଂହପୁର, ଅଫିସ ସମେତ ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ରେଡ୍ ହୋଇଛି ।ନିକଟରେ ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ ଜଣେ କୋଟିପତି ଫରେଷ୍ଟ ରେଞ୍ଜ ଅଧିକାରୀ । ସୂଚନା ଅନୁଯାୟୀ, ଫରେଷ୍ଟ ରେଞ୍ଜ ଅଧିକାରୀ କେଶବ ମାଝି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରା ପଡ଼ିଥିଲେ। ଏନେଇ କେଶବଙ୍କ ଘରେ ଏବଂ ଅଫିସରେ ଭିଜିଲାନ୍ସ ରେଡ କରିଥିଲା ।ଏହାସହ କଳାହାଣ୍ଡି ଜିଲ୍ଲାରେ ଥିବା ୪ଟି ସ୍ଥାନରେ ଏକ କାଳୀନ ଚଢାଉ ଜାରି କରିଥିଲା ।

Leave a Reply

Your email address will not be published. Required fields are marked *