ଭିଜିଲାନ୍ସ ହାତରେ ମେଡିକାଲର ମୁଖ୍ୟ କିରାଣୀ

ଫୋକସ ପ୍ଲସ (ରାଇରଙ୍ଗପୁର)୩୦/୦୬/୨୦୨୨: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧାରା ପଡିଲେ ମେଡିକାଲର ମୁଖ୍ୟ କିରାଣୀ |ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ ହିମାଂଶୁ ଶେଖର ପଣ୍ଡା ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାସ ହାତରେ ଧରା ପଡିଛନ୍ତି | ଏରିଅର ବିଲ କରେଇଦେବା ବାବଦକୁ ସ୍ୱାସ୍ଥ୍ୟକେନ୍ଦ୍ର ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ଗୋପୀନାଥ ହେମ୍ବ୍ରମଙ୍କ ଠାରୁ ଲାଞ୍ଚ ନେଉଥିଲେ |ତେବେ ଅଚାନକ ବାରିପଦା ଭିଜିଲାନ୍ସ ଟିମ ଚଢ଼ାଉ କରି ତାଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଛନ୍ତି | ସୂଚନା ମୁତାବକ ପୂର୍ବରୁ ମଧ୍ୟ ଶ୍ରୀ ହେମ୍ବ୍ରମଙ୍କ ଠାରୁ ୧୦ ହଜାର ଟଙ୍କାର ଲାଞ୍ଚ ନେଇଥିଲେ । ଆଉ ୨୫ ହଜାର ଟଙ୍କା ନଦେଲେ ବିଲ କରେଇଦେବେ ନାହିଁ ବୋଲି ଧମକ ଦେଉଥିଲେ ।

ରାଇରଙ୍ଗପୁର ରୁ ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ |

Leave a Reply

Your email address will not be published. Required fields are marked *