ଭିନ୍ନକ୍ଷମ ଙ୍କୁ ସରପଞ୍ଚ ବାଣ୍ଟିଲେ ନିଜ ପାଣ୍ଟିରୁ ଅର୍ଥ

ଫୋକସ ପ୍ଲସ(ଭଦ୍ରକ)୧୬/୦୮/୨୦୨୨: ସ୍ୱାଧୀନତା ର 75 ତମ ଅମୃତ ମହୋତ୍ସବ ସମାରୋହ ଅବସରରେ ଭଦ୍ରକ ରାନ୍ଦିଆ ପଂଚାୟତ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି 76 ତମ ସ୍ୱାଧୀନତା ଦିବସ | ଏହି ଅବସରରେ ରାନ୍ଦିଆ ପଞ୍ଚାୟତ ର ଉଚ୍ଚ ଶିକ୍ଷିତା ମହିଳା ସରପଞ୍ଚ ସ୍ୱପ୍ନାରାଣୀ ରାଉତରାୟ ଉପସ୍ଥିତ ରହି ନିଜ ପଞ୍ଚାୟତ ର 20 ଜଣ ଭିନ୍ନକ୍ଷମ ମାନଙ୍କୁ ନିଜ ପାଣ୍ଠିରୁ 500 ସହ ଟଙ୍କା ପ୍ରଦାନ କରିଥିଲେ! ଏହା ସହିତ ପ୍ରତି ମାସ ପଞ୍ଚାୟତ ର 30 ଜଣ ଭିନ୍ନକ୍ଷମ ମାନଙ୍କୁ 500 ଟଙ୍କା ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ସରପଞ୍ଚ |ସେହିପରି ମୁଖ୍ୟ ଅତିଥି ଭାବେ ବେଦାନ୍ତ ଫେକର କମ୍ପାନୀ ର ସିଇଓ ଯୋଗ ଦେଇ ବୃକ୍ଷରୂପଣ କରିବା ସହିତ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ଓ ଅବସରପ୍ରାପ୍ତ ସେନା ଅଧିକାରୀ ଙ୍କୁ ସମ୍ଭର୍ଦ୍ଧନା କରିବା ପରେ ସରପଞ୍ଚ ଙ୍କ ଏଭଳି କାର୍ଯ୍ୟ କୁ ପ୍ରସଂଶା କରିଛନ୍ତି ସିଇଓ |

ଭଦ୍ରକ ରୁ ଅଶିତ ରଞ୍ଜନ ଓଝା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *