ଫୋକସ ପ୍ଲସ (ବ୍ରହ୍ମଗିରି)୩୦/୦୬/୨୦୨୨: ସୂଚନା ଅଧିକାର ଆଇନ ବଳରେ ସାଧାରଣ ଲୋକଙ୍କୁ ସରକାରୀ ଯୋଜନା ର ତଥ୍ୟ ଦେବାପାଇବା ପାଇଁ ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ । କାହିଁକି ସରକାରୀ ବାବୁ ମାନେ ।ସାଧାରଣ ଜନତାଙ୍କୁ ତଥ୍ୟ ଲୁଚାଉଛନ୍ତି କାହିଁକି ଭୁଆଁ ବୁଲାଉଛନ୍ତି ସରକାରୀ ଅଧିକାରୀ ମାନେ । ସୁଚନା ଅଧିକାର ଆଇନ୍ ବଳରେ ତଥ୍ୟ ମାଗିଲା ବେଳେ କାହିଁକି ସରକାରୀ ବାବୁ ମାନେ ସୂଚନା ଅଧିକାର କର୍ମୀଙ୍କୁ ଅର୍ତ୍ତକିତ ଆକ୍ରମଣ କରୁଛନ୍ତି। ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି।ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ବାଲିକେରା ପଛିପାଳ ଗ୍ରାମପଞ୍ଚାୟତ କମଳ ନୟନ ପୁର ଗ୍ରାମର ଅକ୍ଷୟ କୁମାର ବେହେରା । ଅକ୍ଷୟ ୧୮/୪/୨୦୨୨ ରେ ପଞ୍ଚାୟତ ରେ ଭତା ପାଉଥିବା ହିତାଧିକାରୀ ଙ୍କ ବିଷୟରେ ସୁଚନା ଅଧିକାର ଆଇନ୍ ବଳରେ ବ୍ରହ୍ମଗିରି ବ୍ଲକ କାର୍ଯ୍ୟାଳୟ ରେ ଲିଖିତ ଆକାରରେ ତଥ୍ୟ ମାଗିଥିଲେ ହେଲେ ତାଙ୍କୁ କିଭଳି ଭୁଆଁ ବୁଲାଉଛନ୍ତି ବ୍ରହ୍ମଗିରି ବ୍ଲକ କାର୍ଯ୍ୟାଳୟ ଉଚ୍ଚ ପଦସ୍ଥ ଅଧିକାରୀ ମାନେ। ଶୁଣନ୍ତୁ କଣ କହୁଛନ୍ତି ସୁଚନା ଅଧିକାର ଆଇନ୍ ବଳରେ ତଥ୍ୟ ମାଗିଥିବା ଅକ୍ଷୟ କୁମାର ବେହେରା ଙ୍କ ମୁହଁରୁ। ଏ ସମସ୍ତ ଅଭିଯୋଗକୁ ଭିତ୍ତି କରି ଆମେ ବ୍ରହ୍ମଗିରି ଅଞ୍ଚଳର ଜଣାଶୁଣା ସାମାଜୀକ କର୍ମୀ ଶ୍ୟାମଳେନ୍ଦୁ ପ୍ରଧାନଙ୍କୁ ଭେଟିଥୁଲୁ । ଫୋକସ ପ୍ଲସ କୁ ସିଧାସଳଖ ବ୍ରହ୍ମଗିରି ବ୍ଲକ କାର୍ଯ୍ୟାଳୟ ଉପରେ ଦେଇଥିଲେ ବିସ୍ପୋରକ ବୟାନ । ବ୍ରହ୍ମଗିରି ବ୍ଲକ କାର୍ଯ୍ୟାଳୟ ଉପରେ ଏଭଳି ସଙ୍ଗିନୀ ଅଭିଯୋଗ ଆସିଲାପରେ ଆମେ ସ୍ଥାନୀୟ ବିଡ଼ିଓ ଜ୍ୟୋତି ପ୍ରକାଶ ସେଠୀ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲୁ ହେଲେ ତାଙ୍କ ଠାରୁ କୈାଣସି ଉତ୍ତର ଆମେ ପାଇନଥିଲୁ । ତାହାଲେ ଏଥିରୁ ପ୍ସଷ୍ଟ ବାରି ହୋଇ ପଡ଼ୁଛି ଦ୍ରୁନିତି ର ଗନ୍ତାଘର ପାଲଟିଛିକି ବ୍ରହ୍ମଗିରି ବ୍ଲକ କାର୍ଯ୍ୟାଳୟ। ସାଧାରଣ ଜନତା ସୂଚନା ଅଧିକାର ଆଇନ ବଳରେ ସରକାରୀ ଯୋଜନା ର ତଥ୍ୟ ପାଇବେ କିଭଳି ତାହା ପ୍ରଶ୍ନ ବାଚିସୃଷ୍ଟି କରୁଛି । ଦେଖିବାକୁ ବାକି ରହିଲା ଅକ୍ଷୟ ଙ୍କୁ କେବେ ମିଳୁଛି ବ୍ରହ୍ମଗିରି କାର୍ଯ୍ୟାଳୟ ରୁ। ତଥ୍ୟ । କେତେ ମାନୁଛନ୍ତି ସୂଚନା ଅଧିକାର ଆଇନ କୁ ବ୍ରହ୍ମଗିରି ବିଡ଼ିଓ।
ବ୍ରହ୍ମଗିରି ରୁ ଚିତ୍ତରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ଫୋକସ ପ୍ଲସ |