ଭୁବନେଶ୍ୱରରେ ମହିଳାଙ୍କୁ ଗଣଦୁଷ୍କର୍ମ

ଫୋକସ ପ୍ଲସ 2/11/22(ବ୍ୟୁରୋ): ଘରେ ଥଇଥାନ କରାଇ ଦେବାକୁ ଡାକି ନେଇ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ପୀଡ଼ିତା ଏନେଇ ଅଭିଯୋଗ କରିବା ପରେ କମିଶନରେଟ୍ ପୁଲିସ୍ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୀଡ଼ିତା କୌଣସି କାମରେ କଟକରୁ ଭୁବନେଶ୍ୱର ଆସିଥିଲେ। କାମ ସରୁ ସରୁ ରାତି ହୋଇଯାଇଥିଲା।ଆଉ ଘରକୁ ଫେରିପାରୁନଥିଲେ।
ତେଣୁ ରାମମନ୍ଦିର ଛକରେ ବସି ଥିଲେ। ଏହି ସମୟରେ ଅନୁଗୋଳ ଓ ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳର ଦୁଇ ଜଣ ଯୁବକ ବାହାନା କରି ତାଙ୍କ ସହିତ କଥା ହୋଇଥିଲେ। ଆଉ ସେହି ସମୟରେ ନିଜ ଅସହାୟତା ପ୍ରକାଶ କରିଥିଲେ ପୀଡ଼ିତା । ଏହା ପରେ ଯୁବକ ଦୁଇ ଜଣ ତାଙ୍କ ରହିବାର ବ୍ୟବସ୍ଥା କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାତି ବଢ଼ୁଥିବାରୁ ପୀଡ଼ିତା ସେମାନଙ୍କ ସହିତ ଚାଲି ଯାଇଥିଲେ। ହେଲେ ଯୁବକ ଦୁଇ ଜଣ ତାଙ୍କୁ ସେଠାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ଦୁଇ ବଳାତ୍କାରୀ ସେଠାରୁ ଚମ୍ପଟ ମାରିଥିଲେ। ଆଜି ପୀଡ଼ିତା ଏନେଇ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
କମିଶନରେଟ୍ ପୁଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

Leave a Reply

Your email address will not be published. Required fields are marked *