୧୧୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସହ ହୋମ୍ କେୟାର ଏବଂ ଗବେଷଣା କେନ୍ଦ୍ରର ସୁବିଧା ଥିବା ଏହି ଅନୁଷ୍ଠାନ ମାନବୀୟ ଆଦର୍ଶର ଏକ ଶ୍ରେଷ୍ଠ ଉଦାହରଣ। ଏକ ବିଶ୍ଵସ୍ତରୀୟ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା କରିବା ସହ କ୍ୟାନ୍ସର ରୋଗୀଙ୍କ ଯତ୍ନ ଏବଂ ସେମାନଙ୍କ କଷ୍ଟ ଲାଘବ ପାଇଁ ନିଃସ୍ଵାର୍ଥପର ଭାବେ ଏଭଳି ଏକ କେନ୍ଦ୍ର ପ୍ରତିଷ୍ଠା କରିଥିବାରୁ ବାଗଚୀ ଦମ୍ପତ୍ତିଙ୍କୁ କୃତଜ୍ଞତା ଜଣାଉଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ତା ସହ ଅନୁଷ୍ଠାନର ସମସ୍ତ ସଦସ୍ୟ, ସେବା ପ୍ରଦାନକାରୀ ବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ।