ଭୁଲ ଅସ୍ତ୍ରୋପଚାର ପାଇଁ ଚାଲିଗଲା ଜୀବନ ।

ଟାଙ୍ଗୀ,କଟକ 14/01/2024: ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଗତକାଲି ଫ୍ୟାମିଲ ପ୍ଲାନିଙ୍ଗ ଅସ୍ତ୍ରପ୍ରଚାର ଚାଲିଥିବା ବେଳେ ଜଣେ ମହିଳା ଗୁରୁତର ହୋଇପଡିଥିଲେ । ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ତେବେ ସେଠାରେ ଚିକିତ୍ସା ଚାଲିଥିବା ବେଳେ ମହିଳା ଜଣଙ୍କ ମୃତ୍ୟୁ ବରଣ କରିଥିଲେ। ମହିଳା ଜଣଙ୍କ ହେଲେ ମହିଂସାଲଣ୍ଡା ପଞ୍ଚାୟତ ଦୁଧିଆନାଳି ଗ୍ରାମର ନଖି ସୁଣ୍ଡି । ଆଜି ନଖୀଙ୍କ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ମାନେ କ୍ଷତି ପୂରଣ ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ବସି ରହିଥିଲେ । ଏନେଇ ଟାଙ୍ଗୀ ଓ ଚୌଦ୍ଵାର ଦୁଇଟି ଥାନାର ଅଫିସରଙ୍କ ସହିତ ଏକ ପ୍ଲାଟୁନ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଁଚି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଖବର ପାଇ ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସ, ଉପଜିଲ୍ଲାପାଳ କମଳଜିତ୍ ଦାସ ପହଞ୍ଚି ଲୋକ ମାନଙ୍କ ସହିତ ଆଲୋଚନା କରିବା ପରେ ଧାରଣା ରେ ବସିରହିଥିବ ଲୋକେ ଉଠିଥିଲେ । ସରକାରଙ୍କ ତରଫରୁ ରେଡକ୍ରସରୁ ଶବ ସତ୍କାର କରିବା ପିଲା ଜନ୍ମ ବା ଅସ୍ତ୍ରପ୍ରଚାର ସମୟରେ ମୃତୁ ବରଣ କଲେ ମିଳିବାକୁ ଥିବା ସାହାଯ୍ୟ ରାଶି ଚାରି ଲକ୍ଷ ଟଙ୍କା ଦୁଇ ମାସ ଭିତରେ ଦିଆଯିବ ବୋଲି ଉପ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଏହି ମେଡ଼ିକାଲରେ ଅନେକ ମହିଳାଙ୍କ ଫ୍ୟାମିଲ ପ୍ଲାନିଂ ଅସ୍ତ୍ରପ୍ରଚାର ହେଉଥିବା ବେଳେ ଏହା କେମିତି ଘଟିଲା ତାହା ତଦନ୍ତ ହେବ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣା ପଡ଼ିବ ବୋଲି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ମଧୁସ୍ମିତା ନାୟକ ସୂଚନା ଦେଇଛନ୍ତି।

 

Leave a Reply

Your email address will not be published. Required fields are marked *