ଭେଦଭାବ ଶୂନ୍ୟ ଅଞ୍ଚଳରେ ଦେଖାଗଲା ଭେଦଭାବ, ଦଳିତ ଛାତ୍ରଙ୍କୁ ଶିକ୍ଷୟତ୍ରୀଙ୍କ ଜାତିଆଣ ଆକ୍ଷେପ l

ବୌଦ୍ଧ୧୮/୦୨/୨୦୨୪: ସରକାର ପ୍ରତ୍ୟକ ବିଦ୍ୟାଳୟରେ ଭେଦଭାବ ଶୂନ୍ୟ ଅଞ୍ଚଳ ବୋଲି ବଡ଼ ବଡ଼ ଅକ୍ଷୟରେ ଲେଖି ଡିଣ୍ଡିମ ପିଟୁଛନ୍ତି l ଏପରିକି ପବିତ୍ର ଶିକ୍ଷାନୁଷ୍ଠାନରେ କୌଣସି ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଜାତିଆଣ ଆପେକ୍ଷ ନକରିବା ଏପରିକି ସାନବଡ଼ ନଭାବି ସମସ୍ତଙ୍କୁ ସମନ୍ତରଳ ଭାବରେ ବ୍ୟବହାର ପ୍ରଦର୍ଶନ କରି ଶିକ୍ଷାଦାନ ପ୍ରଦାନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି l କିନ୍ତୁ ସରକାରଙ୍କ ଆଇନକୁ ନିଜେ ସରକାରୀ କର୍ମଚାରି ଅବମାନନା କରି ଆଇନରକୁ ହାତକୁ ନିଜକୁ ନିଜେ ଟାଣି ବିବାଦ ଘେରରେ ବର୍ତ୍ତମାନ ବିଦ୍ୟାଳୟର ଶିକ୍ଷୟତ୍ରୀ ଜଣଙ୍କ l ଆସନ୍ତୁ ଦେଖିବା କଣ ରହିଛି ସେଇ ବିବାଦୀୟ ଶିକ୍ଷୟତ୍ରୀଙ୍କ ଘଟଣା ଉପରେ lସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଯୋଗିନ୍ଦ୍ର ପୁର ସଦର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସରସ୍ୱତୀ ପୂଜା ଅବସରରେ ଭୋଜି ଚାଲୁଥିବା ବେଳେ ଜଣେ ଦଶମ ଶ୍ରେଣୀର ଦଳିତ ଛାତ୍ର ଡାଲି ଓ ଖଟା ବାଲଟି ଛୁଇଁ ଦେବାରୁ ଉକ୍ତ ଖାଦ୍ୟ ଜିନିଷ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ ଫୋପୋଡାଇ ଦେଇଥିଲେ | ଉକ୍ତ ଘଟଣାକୁ ନେଇ ବିଦ୍ୟାଳୟରେ ଉତ୍ତେଜନା ଦେଖା ଦେଇଥିଲା | ପର ଦିନ ଉକ୍ତ ଛାତ୍ରର ବାପା ଅନ୍ତରାମ ହରିପାଲ ବିଦ୍ୟାଳୟକୁ ଆସି ଅଭିଯୋଗ କରିଥିଲେ | ବିଦ୍ୟାଳୟ ଭଳି ଭେଦଭାବ ଶୂନ୍ୟ ଅଞ୍ଚଳରେ ଦଳିତ ଛାତ୍ରଙ୍କ ଉପରେ ଏଭଳି ଆଚରଣ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା | ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି | ଉକ୍ତ ଘଟଣାକୁ ନେଇ ଗତକାଲି ଉକ୍ତ ଛାତ୍ରଙ୍କ ବାପା ଅନ୍ତରାମ୍ ହରିପାଲ ଓ ଦଳିତ ସମାଜର କିଛି ସଦସ୍ୟଙ୍କ ସହ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ଘଟଣାରେ ସଂପୃକ୍ତ ସଂସ୍କୃତ ଶିକ୍ଷୟତ୍ରୀ ଅନୁସୁୟା ଦେବୀଙ୍କ ସହ ଅନ୍ୟ ଦୁଇ ଜଣ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି | ଅନ୍ୟପଟେ ଜିଲ୍ଲାପାଳ ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଏକ ପ୍ରତିନିଧି ଦଳ ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ ଗେଂଦ୍ରା କୁଜ୍ଜୂର୍ଙ୍କୁ ଭେଟି ଛାତ୍ରଙ୍କୁ ଜାତିଆଣ ଆକ୍ଷେପ ଘଟଣାରେ ସଂପୃକ୍ତ ସଂସ୍କୃତ ଶିକ୍ଷୟତ୍ରୀଙ୍କ ସହ ଅନ୍ୟ ଦୁଇଜଣ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଛନ୍ତି | ଘଟଣାକୁ ନେଇ ସମ୍ପୂକ୍ତ ଶିକ୍ଷୟତ୍ରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l ଏପଟେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନଗଲେ ଜିଲ୍ଲା ପାଣ ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରାଯିବ ବୋଲି ସମାଜ ପକ୍ଷରୁ କଡା ଚେତାବନୀ ଦେଇଛନ୍ତି |

Leave a Reply

Your email address will not be published. Required fields are marked *