ଭୋକରେ ଚାଲିଗଲା ଜୀବନ

ଫୋକସ ପ୍ଲସ(କେନ୍ଦୁଝର)୦୭/୦୯/୨୦୨୨: ସରକାରୀ ଖଣି ତଳେ, ଖାଇବାକୁ ନ ପାଇ ମୃତ୍ୟୁ |ଏକ ମାସ ଧରି ଖାଇବାକୁ ନ ପାଇ ଶେଷରେ ଜୀବନ ହାରିଲେ |
ସ୍ତ୍ରୀ ମୃତ୍ୟୁ କୁ ବର୍ଷେ ନ ପୁରୁଣୁ ଆରପାରିକୁ ଚାଲିଗଲେ ସ୍ଵାମୀ |ତିନି ପିଲାଙ୍କର ସାହାରା କିଏ |ବଞ୍ଚିବାକୁ ସାହାରା ପାଇଁ ଛେଳି ଚରାଇ କରୁଛନ୍ତି ପେଟପାଟଣା କେନ୍ଦୁଝର ଜିଲ୍ଲାର ବାଂଶପାଳ ଅଞ୍ଚଳରୁ ଆସିଛି ଏଭଳି କିଛି ଦୁଃଖଦ ଖବର |ଏହି ବ୍ଲକର କୁମୁଣ୍ଡି ପଞ୍ଚାୟତ ଅଧିନରେ ଥିବା ଉପର ଉରୁମୁଣ୍ଡା ଗାଁ ରେ ଦେଖିବାକୁ ମିଳିଛି ଏଭଳି କିଛି ଘଟଣା |ଏହି ଗ୍ରାମ ର ସୁନାମୁଣ୍ଡା |ଦୀର୍ଘ ଦିନ ଧରି ଖାଇବାକୁ ନ ପାଇ ଶେଷରେ ମୃତ୍ୟୁ ବରଣ କରିଥିବା ବେଳେ ପିଲାଙ୍କ ସାହାରା ପାଲଟିଥିବା ବାପାଙ୍କ ମୃତ୍ୟୁ ପରେ ଏବେ ଏହି ତିନି ପୁଅ ଙ୍କ ସାହାରା କିଏ ବୋଲି ଅଞ୍ଚଳବାସୀ କହିଛନ୍ତି |ବାପା ମାଁ ଙ୍କ ମୃତ୍ୟୁ ପରେ ଏହି ତିନି ପିଲା ଛେଳି ଚରାଇ ଲୋକଙ୍କ ପାଖରେ ପେଟ ପାଇଁ ସଂଗ୍ରାମ କରୁଛନ୍ତି |

ଶୁଆକଟି ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ତଥା ଏହି ଆଞ୍ଚଳିକ ଖଣିଖାଦାନ ରେ ଭରପୁର ହୋଇଥିବା ବେଳେ |ସରକାର ଏଠାରୁ କୋଟି କୋଟି ଟଙ୍କା ଉପାର୍ଜନ କରିଥାନ୍ତି |ହେଲେ ଏଭଳି ଅଞ୍ଚଳରେ ଏପରି ଅସହାୟ ବାପା ମା ଛେଉଣ୍ଡ ପରିବାର ଉପରେ ଖଣି କର୍ତ୍ତୃପକ୍ଷ ଙ୍କ ନଜର ପଡିଲାନି କେମିତି |ଏଭଳି ଅନେକ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ |ତେବେ ତୁରନ୍ତ ବାଂସପାଳ ବିଡ଼ିଓ ଏବଂ ତହସିଲଦାର ମହୋଦୟ ଏମାନଙ୍କ ଉପରେ ଦୃଷ୍ଟି ଦେବା ସହିତ |ଏହି ବେସାହାରା ପିଲାଙ୍କ ଉପରେ ସହାୟତା ଯୋଗାଇ ଦେବାସହ ଗାଁ କୁ ପହଞ୍ଚି ଏମାନଙ୍କ ସମସ୍ୟା ବୁଝିବାକୁ ଅଞ୍ଚଳବାସି ଦାବି କରିଛନ୍ତି |

କେନ୍ଦୁଝର ରୁ ନଗେସ ଚନ୍ଦ୍ର ପାଢ଼ୀ ଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *