ଭୋଟ ଦେଲେ ସୁଲୋଚନା ଦାସ ।

ପୌର ନିର୍ବାଚନ ପାଇଁ ନିଜର ମତ ସାବ୍ୟସ୍ତ କରିଛନ୍ତି ଏହି ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ।  ଭୁବନେଶ୍ୱର ନୟାପଲ୍ଲୀ ନୂଆସାହିର ଗୋପବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  ୩୯ ନମ୍ବର ୱାର୍ଡର ୪୦୭ ନମ୍ବର ବୁଥ୍‌ରେ ମତଦାନ ସାବ୍ୟସ୍ତ କଲେ ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ।ସୂଚନାଯୋଗ୍ୟ ଯେ, ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ ଏସି ଏବଂ ୩ଟି ମହାନଗର ନିଗମ ପାଇଁ ହେବ ଭୋଟ୍ ଗ୍ରହଣ ଚାଲିଛି । କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବୀ ପାଇଁ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଚଳିତ ନିର୍ବାଚନ ମଇଦାନରେ ୬ହଜାର ୪୧୧ ଜଣ ପ୍ରାର୍ଥୀ ଥିବା ବେଳେ ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ।

Leave a Reply

Your email address will not be published. Required fields are marked *