ଭୋଟ ହାତେଇବା ପାଇଁ ଦିଆଯାଇଥିଲା ନକଲି ରାସନକାର୍ଡ ।

ଫୋକସ ପ୍ଲସ 7/4(ଚିଲିକା):ପଞ୍ଚାୟତ ନିର୍ବାଚନ ରେ ଭୋଟ ହାତେଇବା ପାଇଁ ଦିଆଯାଇଥିଲା ନକଲି ରାସନକାର୍ଡ ।ଚକିତ କରିଦେଲା ଭଳି ଆସିଛି ସାଂଘାତିକ ଅଭିଯୋଗ। ସେ ପୁଣି ଆସିଛି ସରପଞ୍ଚ , ପଞ୍ଚାୟତ ନିର୍ବାହୀ ଅଧିକାରିଣୀ ଏବଂ ଯୋଗାଣ ସହାୟିକାଙ୍କ ବିରୁଦ୍ଧରେ। ଭୋଟ ହାତେଇବା ପାଇଁ ଶାସକ ଦଳ ସମର୍ଥିତ ସରପଞ୍ଚ ପାର୍ଥି ଅବିକଳ ଓଡିଶା ମାନଚିତ୍ର ଥାଇ ନକଲି ରାସନ କାର୍ଡ ଲୋକଙ୍କୁ ଦେଇଥିବାର ଅଭିଯୋଗ ଆସିଛି। ଏ ଦୃଶ୍ୟ କୌଣସି ଏକାନ୍ତ ଅଞ୍ଚଳର ନୁହେଁ ଏହା ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ଗ୍ରାମ ପଞ୍ଚାୟତ ର। ସୂଚନା ଅନୁସାରେ ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନ ରେ ପାର୍ଥି ତାଙ୍କର ନିଜ ରଣ କୌଶଳ ରେ ନିର୍ବାଚନି ବୈତରିଣୀ ପାର ହୋଇଥିବା ବେଳେ ଚିଲିକା ବ୍ଲକ ଚଣ୍ଡେଶ୍ୱର ପଞ୍ଚାୟତ ରେ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲୋକଙ୍କୁ ନକଲି ରାସନ କାର୍ଡ ସାହାର୍ଯ୍ୟରେ ଦୁଇ ମାସ ଧରି ରାସନ ସାମଗ୍ରୀ ଦିଆଯାଇଥିଲା । ତାହା ପୁଣି ପଞ୍ଚାୟତ କର୍ମଚାରୀଙ୍କ ଦସ୍ତଖତ ନକଲି ରାସନ କାର୍ଡ ଉପରେ ପଡି। ଏହି ଭଳି ଚଂଚକତା କରି ପଞ୍ଚାୟତ ନିଜ ଦଖଲ ରେ ଆଣିସାରିବା ପରେ ନା ଆଉ ମିଳୁଛି ଚାଉଳ ନା ଗହମ।ବର୍ତ୍ତମାନ ସେହି ଖାଉଟି ମାନେ ରାସନ ସାମଗ୍ରୀ ଆଣିବା ପାଇଁ ଗଲେ ମିଳୁଛି ଧମକ। କୁହାଯାଉଛି ସେ କାର୍ଡରେ ଆଉ ତମକୁ କୌଣସି ସାମଗ୍ରୀ ମିଳିବ ନାହିଁ କାରଣ ସେଗୁଡ଼ାକ କୌଣସି ସରକାରୀ ପ୍ର୍ରାପ୍ତ ଖାଉଟି କାର୍ଡ ନୁହେଁ। ଏବଂ ସାର୍ବଜନୀନ ଭୟରେ କାର୍ଡ ଗୁଡିକ ଜବରଦସ୍ତି ସେମାନଙ୍କ ଠାରୁ ଛଡ଼େଇ ନିଆଯାଇଛି। ସେହି ପଞ୍ଚାୟତ ରେ ଏମିତି ଅନେକ ଲୋକଙ୍କ ଆଖିରେ କଳା କନା ବୁଲାଯାଇଥିବାର ଅଭିଯୋଗ ମଧ୍ୟ ଆସିଛି। ଏଠି ପ୍ରଶ୍ନ ଉଠୁଛି ଯଦି ନକଲି ରାସନକାର୍ଡ ଜାଣି ମଧ୍ୟ ପଞ୍ଚାୟତ ରେ ଥିବା ପ୍ରଶାସନିକ ଅଧିକାରୀ ମାନେ ନିଜ ଦସ୍ତଖତ କରି ଚାଉଳ ବାଣ୍ଟିଲେ କେମିତି? ଆଉ ସେହି ଚାଉଳ ଆସିଲା କେଉଁଠୁ? ନା ନିର୍ବାଚନ ରେ ସରପଞ୍ଚଙ୍କ ବାଜିମାତ କରିବା ପାଇଁ ପଞ୍ଚାୟତ ର ଅଧିକାରୀ ମାନେ ଦିନ ରାତି ଏକ କରିଦେଇଥିଲେ। ସିଧା ସିଧା ନିର୍ବାଚନ ଆଇନ କୁ ଉଲଂଘନ କରିବା ସଂଗେ ସଙ୍ଗେ ଖାଉଣ୍ଟି ସାମଗ୍ରୀ ହଡପ ହବାର ଅଭିଯୋଗ ମଧ୍ୟ ସ୍ଥାନୀୟ ଲୋକେ ଆଣିଛନ୍ତି।

Leave a Reply

Your email address will not be published. Required fields are marked *