ଭୟଙ୍କର ଗ୍ରୀଷ୍ମ ପ୍ରବହାରେ ଅସ୍ତବ୍ୟସ୍ତ ଜନ ଜୀବନ

ଫୋକସ ପ୍ଲସ 24/5/22(କଳାହାଣ୍ଡି): ତତଲା କଡେଇରେ ସିଜୁଛି ଲୋକଙ୍କ ଜିବନ ଏଆଡ଼େ ଗଲେ ଗରମ୍ ସେଆଡ଼େ ଗଲେ ଗରମ୍ ତେବେ ଦେଖିବା କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ରୁ ଏହି ଗ୍ରାଉଣ୍ଡ ଜିରୋ ରିପୋର୍ଟ – ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ,ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ l ସତେ ଯେପରି ତତଲା କଡେଇରେ ଭାଜି ହୋଇଯାଉଛି କଳାହାଣ୍ଡି ର କୋଣ ଅନୁକୋଣ l ତାପମାତ୍ରା 43 ଡିଗ୍ରୀରୁ ଅଧିକ l ଆକାଶରେ ସୂର୍ଯ୍ୟଙ୍କ ପ୍ରଚଣ୍ଡ ରୌଦ୍ରତାପ l ଭୟଙ୍କର ଖରାରେ ଘରୁ ବାହାର କୁ ବାହାରିବା ମୁସ୍କିଲ ହୋଇପଡିଛି l ଘରୁ ବାହାରିଲେ ଗରମ ପବନରେ ଦେହ ସବୁ ଜଳିଲା ଭଳି ଅନୁଭବ ହେଉଛି l ଖରାରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି, ଗାମୁଛା ପିନ୍ଧୁଛି ତ ଆଉ କାହାର ସାହାରା ପାଲଟିଛି କଳା ଚଷମା l ଗତ କିଛିଦିନ ହେବ ଜିଲ୍ଲାରେ ତାପମାତ୍ରା 43 ଡିଗ୍ରୀ ଉପରେ ରହୁଛି l ତାତିରୁ ସାମାନ୍ୟ ଆଶ୍ବସ୍ତି ପାଇଁ ଭିଡ ଜମୁଛି ଲସି ଓ ଜୁସ ଦୋକାନରେ l ଲସି,ଜୁସ କିମ୍ୱା ଆଖୁ ରସ ଟିକିଏ ପିଇ ଦେଇ ବେଶ୍‍ ଆଶ୍ୱସ୍ତ ଅନୁଭବ କରୁଛନ୍ତି ଲୋକେ lଏପଟେ ଅଘୋଷିତ ବିଜୁଳି କାଟ ଯୋଗୁଁ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି l ସକାଳ ହେଲେ ଲୋକଙ୍କ ଚିନ୍ତା ବଢି ଯାଉଛି l ଦିନ 10 ଟା ପରେ ରାସ୍ତା ଘାଟ ପୁରା ଖାଲି ଖାଲି ଲାଗୁଚି l କେବଳ ସନ୍ଧ୍ୟା ହେଲ ଯାଇ ଘରୁ ବାହାରୁଛନ୍ତି ଲୋକେ l ଯେଉଁମାନଙ୍କ ଦିନ ସମୟରେ କାମ ରହୁଛି ସେମାନେ ଛତା, ଟୋପି କିମ୍ବା ମୁଣ୍ଡରେ ଗାମୁଛା ପକାଇ ଖରାକୁ ବାହାରୁଛନ୍ତି । ଏନେଇ ସ୍ଥାନୀୟ ବିଡ଼ିଓ ଙ୍କ ପ୍ରତିକ୍ରିୟା ନେବାରୁ ଲୋକ ମାନଙ୍କ ପାଇଁ ପ୍ରତେକ ଗାଁ ମାନଙ୍କର ଛକରେ ପିଇବା ପାଣି ଓ ସମସ୍ତ ପ୍ରକାର ଖରାରେ ଆଶ୍ୱସ୍ତି ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲିକହିଛନ୍ତି l

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରୁ ତ୍ରୈଲୋକ୍ୟ ବେଶ୍ରା FOCUS PLUS

Leave a Reply

Your email address will not be published. Required fields are marked *