ମଁl ଶିତଳା ଠାକୁରାଣୀଙ୍କ ତ୍ରୟବାର୍ଷିକ ଉପଲକ୍ଷେ ବୈଠକ ଅନୁଷ୍ଠିତ l

ଫୋକସ ପ୍ଲସ ୨/୨/୨୩(କୋଟପାଡ଼):ଆଜି ସନ୍ଧ୍ୟା ୭ଘଣ୍ଟା ସମୟରେ ମଁl ଠାକୁରାଣୀ ମନ୍ଦିର ପ୍ରାଙ୍ଗଣଠାରେ ଚଳିତ ବର୍ଷ ତ୍ରୟ ବାର୍ଷିକ ଘଟଯାତ୍ରା ଓ ଉତ୍ସବ ଉପଲକ୍ଷେ ପୂର୍ଵ କମିଟି ସଭାପତି ଶ୍ରୀଯୁକ୍ତ ମଣି ପ୍ରସାଦ ପଟ୍ଟନାୟକଙ୍କ ଦ୍ୱାରା ଆମନ୍ତ୍ରିତ କରାଯାଇ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ସମ୍ପlଦକ ଶ୍ରୀ ରାମେଶ୍ୱର ଜେନା ବିଗତ ଦିନର ଯାତ୍ରାରେ ସମସ୍ତ ଯାତ୍ରା କାର୍ଯ୍ୟକ୍ରମର ବିଭିନ୍ନ ଖର୍ଚ୍ଚାନ୍ତ ଗୁଡିକ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ l ଏହି ବୈଠକରେ ସର୍ବ ସମତି କ୍ରମେ ପୂର୍ବତ୍ତନ କମିଟିକୁ ପୁଣିଥରେ ଆସନ୍ତା ଘଟଯାତ୍ରାକୁ ପରିଚାଳନା କରିବା ପାଇଁ ପ୍ରସ୍ତାବ ସହ ସ୍ୱୀକୃତି କରାଯାଇଥିଲା l ଏହି ପ୍ରସ୍ତାବକୁ ଶ୍ରୀ ଶଙ୍କର ପ୍ରସାଦ ପଣ୍ଡା ଉପସ୍ଥାପନା କରିଥିଲେ ଏବଂ ବିଶ୍ୱ ତ୍ରିପାଠୀଙ୍କ ସହ ଉପସ୍ଥିତ ସମସ୍ତ ସଦସ୍ୟ ସମର୍ଥନ କରିଥିଲେ l ବୈଠକ ପ୍ରାରମ୍ଭରେ ବିଗତ ଦିନରେ କୋରନା ମହାମାରୀରେ କମିଟିର କେତେକ ସଦସ୍ୟ ମୃତ୍ୟୁବରଣ କରିଥିବା ସଦସ୍ୟ ମାନଙ୍କ ପାଇଁ ଏକ ମିନିଟର ନିରବ ପ୍ରାର୍ଥନା ସହ ଆରମ୍ଭ କରାଯାଇଥିଲା l କମିଟି ସଭାପତି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ ଆଗାମୀ ଘଟଯାତ୍ରା କିପରି ଶ୍ୟାନ୍ତିଶୃଙ୍ଖଳା ଭାବରେ ଅନୁଷ୍ଠିତ ହେବ ଓ ସମସ୍ତ କୋଟପାଡ଼ବାସୀଙ୍କ ପୂର୍ଣ୍ଣ ସହଯୋଗର କାମନା କରି ଓ ନିଜର ସଭାପତି ଚୟନ ପାଇଁ ଉପସ୍ଥିତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l କୋଟପାଡ଼ ଦେବତର କମିଟିର ସଭାପତି ତଥା ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ ଶକ୍ତି ମହାପାତ୍ର ଏହି ଘଟଯାତ୍ରା ସମୟରେ କିପରି ଭାବରେ ଶ୍ୟାନ୍ତି ଶୃଙ୍ଖଳା,ସହଯୋଗ, ସମର୍ଥନ ସହ ସଫଳତା କରିବାକୁ ଅନୁମୋଦିତ କରିଥିଲେ l କୋଟପାଡ଼ ଏନଏସି ଅଧ୍ୟକ୍ଷ ଶ୍ରୀଯୁକ୍ତ ଏମ ଶଙ୍କର ରାଓ ଆଗାମୀ ଘଟଯାତ୍ରାରେ କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଦୁଇଶହ ପ୍ରତିଶଦ ସାହାଯ୍ୟ ଓ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ l ଶେଷରେ ପ୍ରେସ କ୍ଳବ ସଭାପତି ଶ୍ରୀ ପଙ୍କଜ ପାତ୍ର ଆଗାମୀ ଘଟଯାତ୍ରାକୁ ପରିବେଷଣ ସହ ସଫଳ କରିବାପାଇଁ ସମସ୍ତ କୋଟପାଡ଼ର ସାମ୍ବାଦିକ ବନ୍ଧୁ ମାନଙ୍କୁ ଆହ୍ୱାନ କରିଥିଲେ lଆଜିର ଏହି ବୈଠକରେ କମିଟିର ସମସ୍ତ ସଦସ୍ୟମାନଙ୍କ ସହିତ, ମନ୍ଦିର ପୂଜକ ଏବଂ କୋଟପାଡ଼ର ଶତାଧିକ ସଦସ୍ୟ ଓ ଭକ୍ତଗଣ ମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *