ମକର ପର୍ବରେ ଟୁସୁଦେବୀଙ୍କ ମିଳନ ।

ମୟୂରଭଞ୍ଜ୧୬/୦୧/ ୨୦୨୪: ଆଦିିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ର ଗଣ ପର୍ବ ମକର ପର୍ବ । ଏହି ପର୍ବ ଉପଲକ୍ଷେ ଯଶିପୁର ର ରାମତୀର୍ଥ ରେ ସହସ୍ରାଧିକ ଲୋକ ଭିଡ ଦେଖିବାକୁ ମିଳିଛି। ସେଠାରେ ମହାଦେବ ମନ୍ଦିର ଥିବାରୁ ଅନେକ ଭକ୍ତ ମନ୍ଦିର କୁ ଯାଇ ପୂଜାର୍ଚ୍ଚନା କରିଥିଲେ । ଅପର ପାର୍ଶ୍ୱରେ କୁମ୍ଭୀର ପ୍ରକଳ୍ପ ରହିଛି। ତାହା ମଧ୍ୟରେ ପ୍ରବାହିତ ହେଉଛି ଖଇରୀ ଭଣ୍ଡନ ନଦୀ। ନଦୀ ର ଏପାରି ରୁ ସେପାରୀ ଲୋକେ ଯିବା ଆସିବା କରିବାପାଇଁ ରାମତୀର୍ଥ ମକର ମେଳା କମିଟି କରିଛି ଅସ୍ଥାୟୀ କାଠ ବାଉଁଶ ର ପୋଲ । କେତେକ ଗ୍ରାମର ମହାନ୍ତ କୁଡୁମୀ ସମ୍ପ୍ରଦାୟର ଲୋକେ ସୁସଜ୍ଜିତ ମେଢ଼ ଯୋଗେ ଟୁସୁମୁଁନୀ ଦେବୀ ଙ୍କୁ ନେଇ ରାମତୀର୍ଥ ରେ ପୂଜା ଅର୍ଚ୍ଚନା କରିବା ସହ ମାଦଲ ର ତାଳେତାଳେ ଗୀତ ନୃତ୍ୟ ପରିବେଷଣ କରୁଥଵାର ଦୃଶ୍ୟ ସମସ୍ତଙ୍କର ମନମୋହିଛି । ଯଶିପୁର ପୋଲିସ ଓ ରାମତୀର୍ଥ ମକର ମେଳା କମିଟି ର ସଦସ୍ୟଗଣ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ସହଯୋଗ କରୁଥିବା ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *