ମକର ମେଳାର ଶେଷ ସମୀକ୍ଷା ବୈଠକ। ଟି ସେତୁ ଉପରେ ୩ ଦିନ ଗାଡି ଚଳାଚଳ ବନ୍ଦ ନେଇ ପ୍ରଶାସନର ନିଷ୍ପତି |

ବଡମ୍ବା,କଟକ13/01/2024: କଟକ ଜିଲ୍ଲା ର ଵହୁ ପୂରାତନ ଶୈବ ପୀଠ ରୂପେ ପରିଚିତ ବାବା ସିଂହନାଥ ପୀଠ। ଆଉ ଦୁଇ ଦିନ ପରେ ପୀଠ ରେ ପାଳିତ ହେବ ଚଳିତ ବର୍ଷର ମକର ମେଳା। ସେଥିଲାଗି ଆଜି ବାବା ସିଂହନାଥ ପୀଠରେ ଥିବା OTDC ବଙ୍ଗଳା ରେ ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ର, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ,ଦେବୋତ୍ତର ବିଭାଗ ମୁଖ୍ୟ ତଥା ତହସିଲଦାର ଶାଶ୍ୱତ ରଞ୍ଜନ ଦାଶ,ମଣ୍ଡଳ ଉନ୍ନୟନ ଅଧିକାରୀ ରମେଶ କୁମାର ଜେନା, ବଡମ୍ବା ଜିଲ୍ଲାପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ, ବଡମ୍ବା ଆଇ ଆଇ ସି ଶିବପ୍ରସାଦ ଭଦ୍ରା, ବୈଦେଶ୍ଵର ଆଇ ଆଇ ସି କାଦମ୍ବିନୀ ପରିଡା ଏବଂ ସମସ୍ତ ବିଭାଗ ର ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ।ଏହି ପରିପ୍ରେକ୍ଷୀରେ ମନ୍ଦିର ସେବାୟତ ଯୋଗଦେଇଥିଲେ। ପୂର୍ବ ବର୍ଷ ଘଟିଥିବା ଦୁର୍ଘଟଣା କୁ ଆଖି ଆଗରେ ରଖି ପ୍ରଶାସନ ର ତତ୍ପରତା ଦେଖିବାକୁ ମିଳିଛି. ମେଡିକାଲ ବିଭାଗରେ ଦୁଇଟି ଅକସିଜେନ ରଖିବା ବେଳେ ସମସ୍ତ ପ୍ରକାରର ଆଶୁ ଆରୋଗ୍ୟ ଚିକିତ୍ସା ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ସେହିପରି ପୋଲିସ ବିଭାଗକୁ ୫ପ୍ଲାଟୁନ ଫୋର୍ସ ମୁତୟନ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ସେହିପରି ଅଗ୍ନିଶମ ବିଭାଗକୁ ନିର୍ଦେଶ ଦିଆଯାଇଛି ଦୁଇଟି ଓଡ୍ରାପ ଟିମ ସହ ମହାନଦୀ ପାଣିରେ କିଛି ଅଘଟଣ ନଘଟିବ ସେଥିପାଇଁ ଆଲଟ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ଅତ୍ୟଧିକ ପରିମାଣରେ ଜନସମାଗମ କୁ ଦୃଷ୍ଟି ରେ ରଖି ଟି ସେତୁ ଉପରେ ସିନଟେକ୍ସ ଭର୍ତି ପାନୀୟ ଜଳ ସରଂକ୍ଷିତ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ଦେବୋତର ମୁଖ୍ୟ ଶାଶ୍ୱତ ରଞ୍ଜନ ଦାଶ। ସେହିପରି ଟି ସେତୁ ଉପରେ ୧୫ ତାରିଖ ଠାରୁ ୧୭ ତାରିଖ ସନ୍ଧ୍ୟା ୮ ପର୍ଯ୍ୟନ୍ତ ବାହାର ଗାଡି ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। କେବଳ ଆମ୍ବୁଲାନ୍ସ, ଫାୟାର ଗାଡି, ଓମ୍ଫେଡ ଏବଂ ପୋଲିସ ବିଭାଗର ଗାଡିକୁ ଅନୁମତି ମିଳିଛି ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *