ମଣିପୁରରେ ଆଇଇଡି ବିସ୍ଫୋରଣରେ ଦୁଇ ଆଇଟିବିପି ଯବାନ ଗୁରୁତର

ମଣିପୁରରେ ଆଇଇଡି ବିସ୍ଫୋରଣରେ ଦୁଇ ଆଇଟିବିପି ଯବାନ ଆହତ, ସିଭିଲ ହସପିଟାଲରେ ଭର୍ତ୍ତି ..ମଣିପୁରରେ ଏକ ଆଇଇଡି ବିସ୍ଫୋରଣ ଫଳରେ ଭାରତ ତିବ୍ବତ ସୀମା ପୋଲିସର ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ଇମ୍ଫାଲରୁ ୪୫ କି.ମି. ଦୁର କାକାସିଙ୍ଗ ଜିଲ୍ଲାର ବାଂଗୁ ତେରା ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି ।ଦୁଇଜଣ ଯବାନଙ୍କୁ ଏବେ ଜିଲ୍ଲା ସିଭିଲ ହସପିଚାଲରେ ଭର୍ତ୍ତି କରାଯାଇଛି । ଦୁଇଜଣ ଯବାନ ବିପଦମୁକ୍ତ ଅଛନ୍ତି ବୋଲି ଡାକ୍ତରଖାନା କର୍ତ୍ତୁପକ୍ଷ କହିଛନ୍ତି..ଆହତ ହୋଇଥିବା କନଷ୍ଟେବଲ ଗୌରବ ରାୟ ଓ ଗିରିଜା ଶଙ୍କର ରାୟ ରାଜ୍ୟ ପୋଲିସ ସହିତ ଯାଉଥିଲେ ବୋଲି ଆଇଟିବିପି ଅଧିକାରୀ କହିଛନ୍ତି । ଆହତ ୨ ଦୁଇ କନଷ୍ଟେବଲ ୬୧୦ ବାଲାଲିୟନର ଯବାନ ହୋଇଥିବା ବେଳେ ସେମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ ।ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ଜାରି..

 

 

Leave a Reply

Your email address will not be published. Required fields are marked *